fbpx

ଡ୍ରଗ ଡିଲିଂ କରୁଛନ୍ତି ଜାହ୍ନବୀ କପୁର! ମା’ଙ୍କ ଚିକିତ୍ସା ପାଇଁ ସ୍ମଗଲିଙ୍ଗ କେସରେ ଶ୍ରୀଦେବୀ ତନୟା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶ୍ରୀଦେବୀଙ୍କ ସୁପୁତ୍ରୀ ଜାହ୍ନବୀ କପୁର ଏବେ ଡ୍ରଗ ଡିଲ କରୁଥିବାର ଦେଖିବାକୁ ମିଳିଛନ୍ତି । ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କ ଚିକିତ୍ସା ପାଇଁ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଜାହ୍ନବୀ । ମାଆଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବା ପାଇଁ ଡ୍ରଗ ସ୍ମଗଲିଙ୍ଗ କରିବା ସହ ଏମିତି ଅନେକ କାମ କରୁଛନ୍ତି ଯାହା କେହି କେବେ ଚିନ୍ତା କରି ନଥିବେ । ତେବେ ଏସବୁ ଅପରାଧିକ କାର୍ଯ୍ୟକ୍ରମ ସେ ନିଜ ବ୍ୟକ୍ତିଗତ ଜୀବନରେ କରୁ ନାହାନ୍ତି । ଅପକମିଙ୍ଗ ଫିଲ୍ମ “ଗୁଡ ଲକ ଜେରୀ’ରେ ସେ ଜଣେ ଡ୍ରଗ ଡିଲରର ଭୂମିକାରେ ନଜର ଆସୁଛନ୍ତି ।

Good Luck Jerry Trailer: Janhvi Kapoor Aka Jerry Turns Into A Drug Delivery  Agent To Fulfil The Needs Of Her Family

ସିଦ୍ଧାର୍ଥ ସେନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରର ଟ୍ରେଲର ଏବେ ରିଲିଜ ହୋଇଛି । ଏହି ସିନେମାକୁ ବହୁତ ଦିନରୁ ଦର୍ଶକମାନେ ଅପେକ୍ଷା କରି ରହିଥିଲେ । ଜାହ୍ନବୀ ଏହି ଫିଲ୍ମ ପାଇଁ କୁବ ଆଗରୁ ଶୁଟିଙ୍ଗ ଶେଷ କରିଥିଲେ ହେଁ ଏବେ ଏହାର ଟ୍ରେଲର ରିଲିଜ ହୋଇଛି । ଏହି ସିନେମାରେ ଜାହ୍ନବୀଙ୍କ ମାଙ୍କୁ କର୍କଟ ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ଅନେକ ଟଙ୍କାର ଆବଶ୍ୟକତା ପଡୁଛି । ଯେଉଁଥିପାଇଁ ଜାହ୍ନବୀ ଔରଫ ଜେରୀ ଡ୍ରଗ ଡିଲିଭ୍ଗ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହାପରେ ଆଗକୁ କ’ଣ ହେଉଛି ତାହା ସମ୍ପୂର୍ଣ୍ଣ ସିନେମା ଦେଖିଲେ ଜଣାପଡିବ ।

Janhvi Kapoor undergoes dialect training for 'Good Luck Jerry'

ତେବେ ଡିଜନୀ ପ୍ଲସ ହଟଷ୍ଟାରରେ ଏହି ସିନେମା ଆସନ୍ତା ୨୯ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଜାହ୍ନବୀଙ୍କ ବ୍ୟତୀତ ବୀତା ବଶିଷ୍ଠ, ନୀରଜ ସୁଜ ଏବଂ ସୁଶାନ୍ତ ସିଂହ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ତେବେ ଚଳଚ୍ଚିତ୍ରର ପ୍ରଯୋଜନା ଭାର ନେଇଛନ୍ତି ସୁବାଷକରଣ, ଆନନ୍ଦଏଲ ଏବଂ ମହାବୀର ଜୈନ ।

Get real time updates directly on you device, subscribe now.