fbpx
BSKY
BJD MC SKY
BJD MS SKY

ଡରାଇଲାଣି ମଙ୍କିପକ୍ସ ଭାଇରସ: ଦେଶବାସୀଙ୍କ ପାଇଁ ସତର୍କତା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀର ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସର ବର୍ଦ୍ଧିତ ସଂକ୍ରମଣ ହାର । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ତେଣୁ ଏହାକୁ ନେଇ ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ମଙ୍କିପକ୍ସ ସଂକ୍ରମଣ ଏବଂ ଏହାର ବ୍ୟାପିବାରୁ ସତର୍କ ରହିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି ।

ଦେଶେରେ ମଙ୍କିପକ୍ସ ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଲାଣି । ବର୍ତ୍ତମାନ ସୁଦ୍ଧା ମୋଟ ୩,୪୧୩ ମାମଲା ରେକର୍ଡ କରାଯାଇଛି । ଯାହାକୁ ନେଇ କେନ୍ଦ୍ରର ଚିନ୍ତା ଦ୍ୱିଗୁଣିତ ହୋଇଛି । ଏହି ଭାଇରସର ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି । ସତର୍କ ରହିବା ପାଇଁ ଦେଶବାସୀ ଏବଂ ରାଜ୍ୟର ମୁଖିଆମାନଭ୍କୁ ଚିଠି ମାଧ୍ୟମରେ ପରାମର୍ଶ ଦିଆଯାଇଛି ।

କୌଣସି ବ୍ୟକ୍ତିଙ୍କ ଦେହରେ ଭାଇରସର ପ୍ରାରମ୍ଭିକ ଲକ୍ଷଣ ଥିଲେ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କେନ୍ଦ୍ର ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗୋଟିଏ ପଟେ ଦେଶରେ ପୁଣିଥରେ କରୋନା ମହାମାରୀ ସଂକ୍ରମଣ ବଢୁଥିବା ବେଳେ ଅନ୍ୟ ପଟେ ଏହି ମଙ୍କିପକ୍ସ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ବ୍ୟଥିତ କରିଛି ।

Get real time updates directly on you device, subscribe now.