fbpx
BSKY
BJD MC SKY
BJD MS SKY

ଅବୈଧ କାର୍ଯ୍ୟ ପାଇଁ ଗିରଫ ହେଲେ NSE ର ପୂର୍ବ CEO ଚିତ୍ରା ରାମାକୃଷ୍ଣା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ନାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମାକୃଷ୍ଣାଙ୍କୁ ଗିରଫ କରିଛି । କୋର୍ଟ ଇଡିକୁ ଚାରିଦିନର ରିମାଣ୍ଡ ପାଇଁ ମଧ୍ୟ ଅନୁମତି ଦେଇଛି ।

ଏହା ପୂର୍ବରୁ ଇଡି ଚିତ୍ରା ରାମକୃଷ୍ଣ, ମୁମ୍ବାଇର ପୂର୍ବ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଏବଂ ରବି ନାରାୟଣଙ୍କ ବିରୋଧରେ ଅବୈଧ ଫୋନ୍ ଟ୍ୟାପିଂ ମାମଲା ଏବଂ ଷ୍ଟକ୍ ଏକ୍ସଚେଞ୍ଜର କର୍ମଚାରୀଙ୍କ ଜାସୁସି ମାମଲାରେ ରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିଲା । ଇଡି ପିଏମଏଲଏ ଆକ୍ଟ ୨୦୦୨ ରେ ଅପରାଧିକ ଧାରା ଅନୂଯାୟୀ ମାମଲା ରୁଜୁ କରିଥିଲା ।

ସିବିଆଇ ଦ୍ୱାରା ଏମାନଙ୍କ ଉପରେ ଲଗାଯାଇଥିବା ମାମଲାର ସପ୍ତାହ ପରେ ଇଡି ଏହି ମାମଲା ରୁଜୁ କରିଥିଲା । ଏକ ରିପୋର୍ଟ ଅନୁଯାୟୀ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ଅଭିଯୋଗ କରିଥିଲା ଯେ ଚିତ୍ରା ରାମକୃଷ୍ଣ ଏବଂ ରବି ନାରାୟଣ ଷ୍ଟକ୍ ମାର୍କେଟର କର୍ମଚାରୀଙ୍କ ଫୋନ୍ କଲ୍ କୁ ଅବୈଧ ଭାବରେ ଟ୍ୟାପ୍ କରିବା ପାଇଁ ମୁମ୍ବାଇ ପୋଲିସର ସେବାନିବୃତ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କ ଦ୍ୱାରା ସ୍ଥାପିତ ଏକ କମ୍ପାନୀ ଆଇଏସଇସି ର ସାମିଲ କରିଥିଲେ ।

ଅଭିଯୋଗରେ ଏହା ମଧ୍ୟ କୁହାଯାଇଥିଲା ଯେ ଏଥିପାଇଁ ସଞ୍ଜୟ ପାଣ୍ଡେଙ୍କ କମ୍ପାନୀକୁ ୪.୪୫ କୋଟି ଟଙ୍କା ମଧ୍ୟ ମିଳିଥିଲା ।

Get real time updates directly on you device, subscribe now.