fbpx

ଭାଇ-ଭଉଣୀରୁ ପାଲଟିଲେ ସ୍ୱାମୀ-ସ୍ତ୍ରୀ: ଜାଣନ୍ତୁ ଅଜବ ସମ୍ପର୍କର ଗଜବ କାହାଣୀ

ବିହାର: ସବୁ ସମ୍ପର୍କରୁ ଉଚ୍ଚରେ ରହିଛି ଭାଇ-ଭଉଣୀର ଅତୁଟ ବନ୍ଧନ । ଅନାବିଳ ସ୍ନେହ ଆଉ ଭଲ ପାଇବାରେ ଛନ୍ଦି ହୋଇଥାଏ ଏହି ସମ୍ପର୍କ । ସାରା ଜୀବନ ରକ୍ଷା କରିବା ପାଇଁ ଗୋଟିଏ ଭାଇକୁ ପ୍ରତିଜ୍ଞାବଦ୍ଧ କରି ନିଏ ଭଉଣୀ ରାକ୍ଷୀର ଡୋର । କିନ୍ତୁ ଏହି ରାକ୍ଷୀର ଡୋର ଆଜି ଜଣକ ପାଇଁ ପାଲଟି ଯାଇଛି ମଙ୍ଗଳସୂତ୍ର । ଭାଇ-ଭଉଣୀ ସମ୍ପର୍କ ଏବେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ବଦଳି ଯାଇଛି । ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବିହାରର ଜମୁଇ ଜିଲ୍ଲାରେ । ଏ ଘଟଣା ପରେ ସାରା ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ ସୋନୋ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବକଙ୍କର ବିବାହ ପ୍ରସ୍ତାବ ଉଠିବା ପରେ ଝାଡଖଣ୍ଡରୁ ଜମୁଇରେ ପହଞ୍ଚିଥିଲେ ତାଙ୍କ ପ୍ରେମିକା । ପ୍ରେମିକଙ୍କ ଘରେ ପହଞ୍ଚି ବିବାହ ପାଇଁ ଜିଦ ଧରି ବସିଥିଲେ ଯୁବତୀ । ମାମଲା ଗମ୍ଭୀର ହେବାରୁ ଗ୍ରାମବାସୀଙ୍କ ହସ୍ତକ୍ଷେପରେ ଉଭୟଭ୍କର ବିବାହ ସମ୍ପନ୍ନ ହୋଇଛି । ତେବେ ସବୁଠୁ ରୋଚକ କଥା ହେଉଛି ଏ ଦୁହେଁ ସମ୍ପର୍କରେ ଭାଇ-ଭଉଣୀ ବୋଲି ଜାଣିବାକୁ ମିଳିଛି । ଗତ କିଛି ବର୍ଷରୁ ଚାଲିଥିବା ଉଭୟଙ୍କ ପ୍ରେମ ସମ୍ପର୍କ ଏହି ଘଟଣାରୁ ସାମନାକୁ ଆସିଥିଲା ।

ତେବେ ଯୁବତୀଜଣକ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଧୋକା ଦେଉଥିବା ନେଇ ପ୍ରେମିକଙ୍କ ନାଁରେ ପୂର୍ବରୁ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସମ୍ପର୍କ ଭାଇ ଭଉଣୀ ହୋଇଥିଲେ ବି ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେଇଥିଲେ ପୋଲିସ ଏବଂ ଗ୍ରାମବାସୀ । ଉଭୟଙ୍କ ସମ୍ପକକୁ ପରିବାର ଲୋକେ ବିରୋଧ କରୁଥିବାରୁ ଯୁବକଙ୍କ ବିବାହ ଅନ୍ୟ ଏକ ସ୍ଥାନ ଠିକ କରିଥିଲେ ପରିବାର ଲୋକେ ।

ତେବେ ଏହା ଜାଣିବା ପରେ ଯୁବତୀ ପ୍ରେମିକଙ୍କ ଘରେ ପହଞ୍ଚି ନ୍ୟାୟ ପାଇଁ ଦାବି କରିବା ସହ ବିବାହ କରିବାକୁ ଜିଦ ଧରିଥିଲେ । ବିବାହ ପରେ ଉଭୟ ଦମ୍ପତ୍ତି ଥାନାଧ୍ୟକ୍ଷଙ୍କୁ ଏକ ହସ୍ତାକ୍ଷର ଦେଇ ଆବେଦନ ମଧ୍ୟ ଦେଇଛନ୍ତି । ଉଭୟ ପ୍ରେମୀ ନିଜ ଇଚ୍ଛାରେ ବିବାହ କରୁଥିବା ଏହି ଦସ୍ତାବିଜରେ ଲେଖିଛନ୍ତି । ସେପଟେ ବିବାହକୁ ନେଇ ପୋଲିସ ଏବଂ ଗ୍ରାମବାସୀଙ୍କ ବିରୋଧରେ ଜବରଦସ୍ତି ବିବାହ କରାଇଥିବା ଅଭିଯୋଗ ଆଣିଛନ୍ତି ।

Get real time updates directly on you device, subscribe now.