fbpx

ଗିରଫ ହେଲେ ଲୋକପ୍ରିୟ ସିଙ୍ଗର ଦଲେର ମେହେନ୍ଦୀ: ଏହି ସଙ୍ଗୀନ ଅଭିଯୋଗରେ ଫସିଲେ ଗାୟକ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସିଙ୍ଗର ଦଲେର ମେହେନ୍ଦୀଙ୍କୁ ଗିରଫ କରିଛି ପୋଲିସ । ପଟିୟାଲା କୋର୍ଟରେ ତାଙ୍କୁ ୨ ବର୍ଷର କାରାଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି । ତେବେ ୨୦୦୩ ମସିହାର ଏକ ମାମଲାରେ ଫସି ଜେଲ ଯାଇଛନ୍ତି ଦଲେର ମେହେନ୍ଦୀ । କୋର୍ଟ ନିଷ୍ପତ୍ତି ପରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି ।

ସୂଚନା ଅନୁସାରେ, ୨୦୦୩ ମସିହାରେ ସଦର ଥାନାରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ବେଡା ଗ୍ରାମର ବକ୍ସିସ ସିଂହ । ଲୋକପ୍ରିୟ ସିଙ୍ଗର ଦଲେର ମେହେନ୍ଦୀ, ଭାଇ ଶମସେର ମେହେନ୍ଦୀ ଧ୍ୟାନ ସିଂହ ଏବଂ ବୁଲବୁଲ ମେହତାଙ୍କ ବିରୋଧରେ ଏହି ଅଭିଯୋଗ ଦାୟର କରିଥିଲା ପୋଲିସ । ବିଦେଶ ପଠାଇବା ନାଁରେ ୨୦ ଲକ୍ଷ ଟଙ୍କା ଠକିଥିବା ନେଇ ଦଲେର ମେହେନ୍ଦୀ ଏବଂ ଭାଇଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ବକ୍ସିସ । ଅଦାଲତଙ୍କ ନିଷ୍ପତ୍ତି ପରେ ପଟିଆଲା ପୋଲିସ ଦଲେର ମେହେନ୍ଦୀଙ୍କୁ ସିଭିଲ ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ନେଇଥିଲା ।

ଗତ ୧୯ ସେପ୍ଟେମ୍ବର ୨୦୦୩ରେ ଶମସେର ମେହେନ୍ଦୀଙ୍କ ବିରୋଧରେ ମ୍ୟୁଜିକ ବ୍ୟାଣ୍ଡ ମାଧ୍ୟମରେ ବେଆଇନ ଭାବେ ବିଦେଶ ପଠାଉଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଏହାପରେ ଦଲେର ମେହେନ୍ଦୀଙ୍କ ନାଁ ମଧ୍ୟ ଏଥିରେ ଯୋଡି ହୋଇଥିଲା । ତେବେ ୧୫ ବର୍ଷ ପରେ କୋର୍ଟ ତାଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ । ଏବେ ସେଶନ କୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ।

Get real time updates directly on you device, subscribe now.