fbpx
BJD
BJD SKY
BJD SKY

ଡେନମାର୍କର କମ୍ପାନୀ କିଣିଲା Infosys: ୮୭୫ କୋଟି ଟଙ୍କା ଡିଲ ପରେ କ’ଣ ରହିଛି ସେୟାର ହାଲଚାଲ?

ନୂଆଦିଲ୍ଲୀ: ୧୧ କୋଟି ୟୁରୋ ବା ୮୭୫ କୋଟି ଟଙ୍କା ବିନିମୟରେ ଡେନମାର୍କର କମ୍ପାନୀ ବେସ ଲାଇଫ ସାଇନ୍ସକୁ ଅଧିଗ୍ରହଣ କରିଛି ଦେଶର ଆଇଟି ଫର୍ମ ଇନଫୋସିସ । ନଗଦ କ୍ୟାସ ସହିତ ଏହି ଅଧିଗ୍ରହଣ କରାଯିବା ନେଇ ଇନଫୋସିସ ତରଫରୁ ଘୋଷଣା କରାଯାଇଛି । ଏହାପରେ ଗୁରୁବାର ଇନଫୋସିସ ଷ୍ଟକରେ ଏକ କ୍ରୟ ଦେଖିବାକୁ ମିଳିଛି । ଯାହା ଫଳରେ ଲାଭ-ବୁକିଂ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ସେୟାର ୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ଏହି ଅଧିଗ୍ରହଣ ଦ୍ୱାରା ଜୀବ ବିଜ୍ଞାନ କ୍ଷେତ୍ରରେ ଇନଫୋସିସର ବିଶେଷଜ୍ଞତା ଆହୁରି ଶକ୍ତିଶାଳୀ ହେବା ସହ ସାରା ୟୁରୋପରେ ଉପସ୍ଥିତି ମଧ୍ୟ ବଢିବ ବୋଲି ଜଣାଯାଇଛି । ତେବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଏହି ଚୁକ୍ତି ସ୍ୱାକ୍ଷର ହେବା ନେଇ ଆଶା ରହିଛି ବୋଲି ଇନଫୋସିସ କହିଛି । ଏହି କମ୍ପାନୀ ଡେନମାର୍କର ମୁଖ୍ୟାଳୟ ହୋଇଥିବା ବେଳେ ବିଶ୍ୱର ମୋଟ ୨୦୦ ଇଣ୍ଡଷ୍ଟ୍ରି ଏକ୍ସପର୍ଟ ସହ ଯୋଡି ହୋଇ ରହିଥିବା କୁହାଯାଇଛି ।

ଏହି ଏକ୍ସପର୍ଟ ଡେନମାର୍କ ସମେତ ସ୍ୱିଜରଲାଣ୍ଡ, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନରେ ମଧ୍ୟ ରହିଛି । ସେପଟେ ଇନଫୋସିସ ସହିତ ଚୁକ୍ତି ପରେ କଞ୍ଜୁମର ହେଲଥ, ଆନିମଲ ହେଲଥ, ମେଡଟେକ ଏବଂ ଜିନୋମିକ୍ସ ସେଗେମେଣ୍ଟର ଏକ୍ସପର୍ଟ ସହିତ ଯୋଡି ହେବାର ସୁଯୋଗ ମଧ୍ୟ ମିଳିବ ।

ଗୁରୁବାର ଦିନ ବିଏସଇ ଇଣ୍ଡେକ୍ସରେ ଇନଫୋସିସର ଷ୍ଟକ ୧.୪୦ ପ୍ରତିଶତ ପର୍ଯ୍ୟନ୍ତ ଖସି ଆସିଛି । ମଧ୍ୟାହ୍ନ ପରେ ସେୟାର ବଜାର ରେଟ ୧୪୨୫ ଟଙ୍କା ପତି ସ୍ତର ରହିଥିଲା । ସେହିପରି ମାର୍କେଟ କ୍ୟାପିଟାଲ ମଧ୍ୟ ୬ କୋଟି ରେକର୍ଡ କରାଯାଇଥିଲା । ଜୁନ ୧୭ ତାରିଖରେ ଇନଫୋସିସର ସେୟାର ୧,୩୬୭.୨୦ ଟଙ୍କା ରହିଥିଲା ଯାହା ଗତ ୫୨ ସପ୍ତାହର ସବୁଠୁ କମ ବୋଲି ରେକର୍ଡ ହୋଇଛି ।

Get real time updates directly on you device, subscribe now.