fbpx
BSKY
BJD MC SKY
BJD YOUTH SKY

ମମତା ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଘରେ ଇଡ଼ି ରେଡ୍‌

କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାରଙ୍କ ଚିନ୍ତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନଗର ନିଗମ ନିଯୁକ୍ତି ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)କୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି । ଆଜି ସକାଳୁ ମମତା ସରକାରଙ୍କ ୨ ମନ୍ତ୍ରୀଙ୍କ ଘରେ ଇଡ଼ି ପକ୍ଷରୁ ରେଡ୍ କରାଯାଇଛି । ଇଡ଼ିର ଗୋଟିଏ ଦଳ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋସଙ୍କ ୨ଟି ଠିକଣାରେ ପହଂଚିଥିବା ବେଳେ ଦ୍ୱିତୀୟ ଦଳ ମନ୍ତ୍ରୀ ତାପସ ରାୟଙ୍କ ଠିକଣାରେ ରେଡ୍ ଜାରି ରଖିଛନ୍ତି । ଏହା ସହ ନଗର ପାଳିକାର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ଚାଲିଛି ।

ସୂଚନାରୁ ପ୍ରକାଶ ପୂର୍ବରୁ ଇଡ଼ି ଦଳ ରାଶନ ଘୋଟାଲା ମାମଲାରେ ପଶ୍ଚିମବଙ୍ଗର ସନ୍ଦଶଖାଲି ସ୍ଥିତ ଟିଏମସି ନେତା ଶାହଜହାଂ ଶେଖଙ୍କ ଘରେ ଚଢ଼ାଉ କରିଥିବା ବେଳେ ଇଡ଼ି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୩ ଜଣ ଅଧିକାରୀ ଗୁରୁତର ଆହତ ହୋଇଥିଲେ । ଏଇ ଘଟଣାରେ ଶାହଜହାଂ ଶେଖଙ୍କୁ ଗିରଫ କରାଯାଇଥିବା ବେଳେ ଗୁରୁବାର ଉତ୍ତର ୨୪ ପରଗଣା ସ୍ଥିତ ଥାନା ନିକଟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଯାଞ୍ଚ ଏଜେନ୍ସିର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାହୁଲ ନବୀନ କୋଲକାତା ପହଂଚି ଇଡ଼ି ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଭୟ ନ କରି ରେଡ୍ କରିବା ପାଇଁ କହିଥିଲେ ନବୀନ ।

 

Get real time updates directly on you device, subscribe now.