fbpx

କ’ଣ ଆପଣ ବି ଲଗାଉଛନ୍ତି ନିଜ ଶିଶୁ ଆଖିରେ କଜଳ? ଜାଣନ୍ତୁ କ’ଣ ରହିଛି ସାଇଡ଼ ଇଫେକ୍ଟ

ଭାରତରେ ପିଲାମାନଙ୍କ ଆଖିକୁ ସୁନ୍ଦର କରିବା ପାଇଁ ମା’ମାନେ ସେମାନଙ୍କ ଆଖିରେ କାଜଲ ବା କଜଳ ଲଗାଇବା ପରମ୍ପରା ଏବେ ମଧ୍ୟ ଚାଲି ଆସୁଛି । ତେବେ ବିଶ୍ୱାସ କରାଯାଇଥାଏ ଯେ ଏହା ଦ୍ୱାରା ପିଲାମାନଙ୍କୁ ଖରାପ ଦୃଷ୍ଟି ପଡ଼ିନଥାଏ ଏବଂ ଏହା ଦ୍ୱାରା ଆଖି ମଧ୍ୟ ଭଲ ରହିଥାଏ । ତେବେ ଆପଣ ଯଦି ଏହି ପୁରୁଣା କଥା ଏବଂ ଅନ୍ଧ ବିଶ୍ୱାସରେ ଏବେ ମଧ୍ୟ ବିଶ୍ୱାସ କରୁଛନ୍ତି ତେବେ ଏହା ତୁରନ୍ତ ବନ୍ଦ କରନ୍ତୁ । କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦ୍ୱାରା ପିଲାର ଆଖି ଉପରେ ବେଶ ଖରାପ ପ୍ରଭାବ ପଡ଼ିପାରେ । ଏପରିକି ଜଣେ ଶିଶୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ସାଇଡ଼ ଇଫେକ୍ଟ ।

କୁଣ୍ଡାଇ ହେବା- କଜଳ ବନାଇବା ସମୟରେ ସେଥିରେ ପ୍ରାୟ ୫୦ ପ୍ରତିଶତ ଲେଡ଼ ବ୍ୟବହାର କରାଯାଇଥାଏ । ତେବେ ଏହି ଲେଡ଼ କେବଳ ଆଖି ପାଇଁ ନୁହେଁ ବରଂ କିଡନୀ, ମସ୍ତିଷ୍କ, ବୋନ ମ୍ୟାରୋ ଆଦି ଶରୀରର ଅନ୍ୟ ଅଙ୍ଗ ପାଇଁ ମଧ୍ୟ ବେଶ କ୍ଷତିକାରକ ହୋଇଥାଏ । ଅନେକ ସମୟରେ ଶିଶୁକୁ କଜଳ ଲଗାଇବା ଦ୍ୱାରା ଆଖିରେ ରାଶନେସ ଆସିଥାଏ ଏବଂ ଶିଶୁ ଆଖିରେ କୁଣ୍ଡାଇ ହେବା ସହିତ ଆଖି ପୋଡ଼ାଜଳା ମଧ୍ୟ କରିଥାଏ ।

ଇନଫେକ୍ସନ- ପିଲାମାନଙ୍କ ଆଖିରେ ଆଙ୍ଗୁଠି ଦ୍ୱାରା କଜଳ ଲଗାଯାଇଥାଏ । ତେବେ ଏହି କାରଣରୁ ସେମାନଙ୍କ ଆଖିରେ ଅନେକ ସମୟରେ ଇନଫେକ୍ସନ ହୋଇଥାଏ । ଅନେକ ସମୟରେ ପିଲମାନଙ୍କ ଆଖିରେ କଜଳ ଲଗାଇବା ସମୟରେ ଖଣ୍ଡିଆ ମଧ୍ୟ ହୋଇଯାଇଥାଏ ।

ଟିୟର ଡକ୍ଟ ବ୍ଲକେଜ- ଆଖିରେ କଜଳ ଲଗାଇବା ଦ୍ୱାରା ଅନେକ ସମୟରେ ପିଲାମାନଙ୍କୁ ଆଲର୍ଜି ମଧ୍ୟ ହୋଇଥାଏ । ସେହି କାରଣରୁ ସେମାନଙ୍କ ଆଖି କୁଣ୍ଡାଇ ହୋଇ ଆଖିରୁ ପାଣି ବାହାରିବା ଆରମ୍ଭ ହୋଇଥାଏ । ଅନେକ ସମୟରେ କଜଳ ପିଲାମାନଙ୍କ ଆଖି କୋଣରେ ମଧ୍ୟ ଜମା ହୋଇ ରହିଯାଇଥାଏ । ଏହା ଦ୍ୱାରା ପିଲାମାନଙ୍କର ଟିୟର ଡକ୍ଟ ବ୍ଲକେଜ ହୋଇ ଇନଫେକ୍ସନର ସମ୍ଭାବନା ବଢ଼ିଥାଏ ।

Get real time updates directly on you device, subscribe now.