fbpx

ଭାରସାମ୍ୟ ହରାଇ ଓଲଟିଲା କାର, ଜଣେ ମୃତ

ଆନନ୍ଦପୁର: ଆନନ୍ଦପୁର ସ୍ଥିତ ହସନପୁର ଟୋଲ ଗେଟ୍ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ଡ଼ିଭାଇଡ଼ରରେ ପିଟି ହୋଇ ଓଲଟିଲା କାର । ଫଳରେ କାରରେ ଥିବା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି । ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଘଟଗାଁ ଅଂଚଳର । ସେ ପାରାଦୀପରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଆହତ ଜଣଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.