fbpx

ପୁଲୱାମା ଆକ୍ରମଣ ଘଟଣାରେ ଆଉ ୨ ଗିରଫ

ଶ୍ରୀନଗର,୩ ।୩: ଜମ୍ମୁ-କାଶ୍ମୀରର ପୁଲୱାମାରେ ଗତବର୍ଷ ଫେବ୍ରୁଆରୀ ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଯାହାକୁ ନେଇ ଦେଶବାସୀ ସ୍ତବ୍ଧ ହୋଇଯିବା ସହ ପ୍ରତିଶୋଧରେ ନିଆଁରେ ଜର୍ଜରିତ ହୋଇଉଠିଥିଲେ । ଏହି ଘଟଣାରେ ମହିଳା ସମେତ ୨ ଜଣଙ୍କୁ ଧରିଛି ଏନଆଇଏ । ଆତଙ୍କବାଦୀଙ୍କୁ ନିଜ ଘରେ ଆଶ୍ରୟ ଦେବା ଅଭିଯୋଗରେ କାଶ୍ମୀରରୁ ବାପ-ଝିଅଙ୍କୁ ଗିରଫ କରିଛି ଏନଆଇଏ । ତେବେ ବାପ-ଝିଅ ଆତଙ୍କବାଦୀ ମହମ୍ମଦ ଆଦିଲ ଡାର ଓ ସାଜିର ମାଗରେଙ୍କୁ ଆଶ୍ରୟ ଦେଇଥିବା ଜଣାପଡିଛି ।

Get real time updates directly on you device, subscribe now.