fbpx

(Video) ଅବିଶ୍ୱନୀୟ ପ୍ରତିଭା, ସ୍ତବ୍ଧ ହେଲା ଦୁନିଆ! ୨ ବର୍ଷୀୟ ଶିଶୁର ପେଣ୍ଟିଙ୍ଗସ ୬ ଲକ୍ଷ ଟଙ୍କାରେ ବିକ୍ରି ହେଲା

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ କିଛି ପ୍ରତିଭାସମ୍ପନ୍ନ ଶିଶୁ ଜନ୍ମଲାଭ କରିଥାନ୍ତି । ଏଭଳି ଶିଶୁଙ୍କୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥାଏ । ତେବେ ମାଆ ପ୍ରତି ଶିଶୁର ପ୍ରଥମ ଶିକ୍ଷକ ବୋଲି କଥାରେ କୁହାଯାଇଥାଏ । ଏହି କଥାକୁ ଆଜି ସତେ ଯେମିତି ବାସ୍ତବରେ ପ୍ରମାଣିତ କରିଦେଇଛି ଗୋଟିଏ ୨ ବର୍ଷର ଶିଶୁ । ୨ ବର୍ଷ ବୟସ୍କ ଗୋଟିଏ ଶିଶୁର ପେଣ୍ଟିଂ ପାଖାପାଖି ୬ ଲକ୍ଷ (୫.୮୨ ଲକ୍ଷ) ଟଙ୍କାରେ ବିକ୍ରି ହୋଇଛି । ତେଣୁ ଏତେ ଛୋଟ ବୟସରୁ ଶିଶୁଟିର ଏଭଳି ଟ୍ୟାଲେଣ୍ଟ ଦେଖିବା ପରେ ଶିଶୁଟି କ’ଣ ମାଆ ଗର୍ଭରୁ ଏସବୁ ଶିଖି ଆସିଥିଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

ସାଧାରଣ ଭାବେ କୌଣସି ପିଲାର ଛୋଟ ବୟସରୁ ତା’ର ପ୍ରତିଭାର ଆଭାସ ମିଳିଥାଏ । ଏପରି ସ୍ଥଳେ ପିତାମାତା ତାଙ୍କୁ ସେହି କ୍ଷେତ୍ରରେ ଟ୍ରେନିଂ ଦେଇଥାନ୍ତି ଓ ପରବର୍ତ୍ତୀ ସମୟରେ ଶିଶୁଟି ନିଜର ଦକ୍ଷତା ବଳରେ ଦେଶ, ଦୁନିଆରେ ନାଁ କମାଇଥାଏ । ମାତ୍ର ଏହି ଶିଶୁଟି କ୍ଷେତ୍ରରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଜର୍ମାନୀ ୨ ବର୍ଷୀୟ ଶିଶୁ ଲୌରେଣ୍ଟ ସ୍କାୱାର୍ଜ ନିଜର ପେଣ୍ଟିଂର ଯାଦୁ ସାରା ଦୁନିଆକୁ ଦେଖାଇଛି । ଶିଶୁଟିର ପେଣ୍ଟିଂ ୭ ହଜାର ଡଲାର ବା ୫.୮୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରେଟରେ ବିକ୍ରି ହୋଇଛି ।

ଲୌରେଣ୍ଟର ଆର୍ଟ ଯାତ୍ରା ଗତ ବର୍ଷ ଫ୍ୟାମିଲି ଭେକେସନ ଅବସରରେ ଆରମ୍ଭ ହୋଇଥିଲା । ରିସୋର୍ଟର ଆକ୍ଟିଭିଟି ରୁମରେ ସେ ଆର୍ଟ ପ୍ରତି ଆଗ୍ରହ ପ୍ରକାଶ କରିଥିଲା । ଏହାପରେ ଘରକୁ ଫେରିବା ପରେ ତା’ର ପିତାମାତା ତାକୁ ଏକ ଆର୍ଟ ଷ୍ଟୁଡିଓ ଦେଇଥିଲେ । ଲୌରେଣ୍ଟର ପେଣ୍ଟିଙ୍ଗସରେ ହାତୀ, ଡାୟନୋସର ଓ ଘୋଡ଼ା ପରି ପଶୁଙ୍କ ଆକୃତିର ବିରଳ ମିଶ୍ରଣ ଦେଖିବାକୁ ମିଳିଥାଏ । ଶିଶୁଟିର ମା’ ଲିସା ତାକୁ ଏହି ପେଣ୍ଟିଂ କାର୍ଯ୍ୟରେ ଯଥେଷ୍ଟ ସହାୟତା କରିଥାନ୍ତି । ପୁଅର ଏପରି ପ୍ରତିଭା ଦେଖିବା ପରେ ମା’ ତା’ର ପେଣ୍ଟିଙ୍ଗସଗୁଡ଼ିକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ । ସମୟକ୍ରମେ ଉକ୍ତ ଆକାଉଣ୍ଟରେ ୨୯ ହଜାରରୁ ଅଧିକ ଫଲୋଅର୍ସ ହୋଇଯାଇଥିଲେ । ଏହାପରେ ଲିସା ପୁଅର ପେଣ୍ଟିଙ୍ଗସକୁ ଅନଲାଇନରେ ବିକ୍ରି କରିବା ଆରମ୍ଭ କରିଦେଇଥିଲେ ।

 

View this post on Instagram

 

A post shared by Laurent Schwarz (@laurents.art)

Get real time updates directly on you device, subscribe now.