fbpx

OSSC ନିଯୁକ୍ତି: ଷ୍ଟେନୋଗ୍ରାଫର, ଟାଇପିଷ୍ଟ, ଲାଇବ୍ରେରିଆନ, ଷ୍ଟୋର କିପର ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଜୁନିୟର ଷ୍ଟେନୋଗ୍ରାଫର, କ୍ଲର୍କ କମ୍ ଲାଇବ୍ରେରିଆନ, ଜୁନିୟର ଟାଇପିଷ୍ଟ କମ୍ ଜୁନିୟର ଷ୍ଟୋର କିପରି ଓ ଜୁନିୟର ଷ୍ଟୋର କିପର ପଦବୀରେ ଚାକିରି ସୁଯୋଗ ରହିଛି ।

ଏହି ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ପ୍ରାର୍ଥୀମାନେ ପ୍ରାସଙ୍ଗିକ ବିଭାଗରେ ଯୁକ୍ତଦୁଇ, ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ୨୦୨୨ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହେବା ଆବଶ୍ୟକ ।

ମୋଟ ୪୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଡିସେମ୍ବର ମାସ ୨୨ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୨୧ ତାରିଖରେ ସମାପ୍ତ ହେବ । ସମସ୍ତ ପଦବୀ ପାଇଁ ଦରମା ହାର ଭିନ୍ନ ଭିନ୍ନ ରହିଛି । ଷ୍ଟେଜ-୧ ପ୍ରିଲିମିନାରୀ ପରୀକ୍ଷାରେ ୧୫୦ ମାର୍କର ପରୀକ୍ଷା କରାଯିବ । ଷ୍ଟେଜ-୨ ମେନ୍ ଲିଖିତ ପରୀକ୍ଷାରେ ୧୦୦ ମାର୍କର ଭାଷା ପେପର ରହିବ । ଷ୍ଟେଜ-୩ରେ କମ୍ପ୍ୟୁଟର ସ୍କିଲ, ଷ୍ଟେନୋଗ୍ରାଫି ଓ ଟାଇପିଂ ଟେଷ୍ଟ କରାଯିବ । ଷ୍ଟେଜ-୪ରେ ସାର୍ଟିଫିକେଟ ଭେରିଫିକେସନ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 22.12.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-OSSC-Various-Vacancy.pdf

ଅଫିସିଆଲ ୱେବସାଇଟ୍: http://www.ossc.gov.in/

Get real time updates directly on you device, subscribe now.