fbpx
BJD SKY
BJD SKY

ଏହି ଦେଶରେ ଲୁଚିଛନ୍ତି ଘନି ଓ ତାଙ୍କ ପରିବାର; ମାନବିକତା ଦୃଷ୍ଟିରୁ ଆଶ୍ରୟ ନେଇଥିବା ବୈଦେଶିକ ମନ୍ତ୍ରୀଙ୍କ ସୂଚନା

BJD

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ପଳାୟନ କରିଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ ସମ୍ପର୍କରେ ମିଳିଛି ସୂଚନା । ନିଜ ପରିବାର ସହିତ ଘନି ରବିବାର ଦେଶ ଛାଡି ପଳାୟନ କରିଥିଲେ । ୪ଟି ଟଙ୍କା ଭର୍ତ୍ତି ଗାଡି ସହିତ ଘନି ଦେଶ ଛାଡିଥିବା ନେଇ ଖବର ପ୍ରକାଶ ପାଇଥିଲା । ବୁଧବାର ୟୁନାଇଟେଡ ଆରବ ଏମିରେଟସ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ ଅଶ୍ରଫ ଘନି ବର୍ତ୍ତମାନ ୟୁଏଇରେ ଅବସ୍ଥାନ କରୁଛନ୍ତି ।

ତେବେ ଘନି ୟୁଏଇର କେଉଁ ସ୍ଥାନରେ ରହୁଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ । ୟୁଏଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଘନି ଏବଂ ତାଙ୍କ ପରିବାରକୁ ଆଶ୍ରୟ ଦିଆଯାଇଥିବା ନେଇ ସୂଚନା ପ୍ରଦାନ କରାଯାଇଛି । ମାନବିକତା ଆଧାରରେ ୟୁଏଇ ସରକାର ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଶ୍ରୟ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ୟୁଏଇ ବୈଦେଶିକ ମନ୍ତ୍ରୀ ।

Get real time updates directly on you device, subscribe now.