fbpx

ଭିକି ଏବଂ କ୍ୟାଟ୍ରିନାଙ୍କ ନିର୍ବନ୍ଧ ! ଖୁଲାସା କଲେ ଦୁହିଁଙ୍କ ବନ୍ଧୁ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ଡେଟିଂକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି । ଏବେ ପୁଣିଥରେ ଉଭୟଙ୍କୁ ନେଇ ଚର୍ଚ୍ଚା ହେଉଛି ଯେ ଉଭୟ ଗୁପ୍ତ ଭାବରେ ନିର୍ବନ୍ଧ କରିଛନ୍ତି । ଯାହାକୁ ନେଇ ଉଭୟଙ୍କୁ ସୋସିଆଲ ମିଡିଆରେ ଫ୍ୟାନମାନେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଅବଶ୍ୟ ଏହି ଖବରର କୌଣସି ଆଧାର ନାହିଁ । ଏନେଇ ଭିକି କିମ୍ବା କ୍ୟାଟ୍ରିନା ନିଜେ କୌଣସି ସୂଚନା ଦେଇନାହାଁନ୍ତି ।

ଭିକି ଏବଂ କ୍ୟାଟ୍ରିନାଙ୍କ ଅନେକ ଫ୍ୟାନ୍ ପେଜ ଦ୍ୱାରା ଦୁହିଁଙ୍କ ନିର୍ବନ୍ଧର ମିଥ୍ୟା ଖବର ବ୍ୟାପିବାରେ ଲାଗିଛି । ‘ସ୍ପଟବଏ’ର ଏକ ରିପୋର୍ଟ ଅନୁଯାୟୀ କ୍ୟାଟ୍ରିନା ଏବଂ ଭିକି ପରସ୍ପରକୁ ଡେଟ କରୁଛନ୍ତି ସତ କିନ୍ତୁ ସେମାନଙ୍କୁ ନେଇ ଭାଇରାଲ ହେଉଥିବା ଖବର ମିଥ୍ୟା । ରିପୋର୍ଟ ଅନୁଯାୟୀ ଭିକି ଏବଂ କ୍ୟାଟ୍ରିନା ଉଭୟଙ୍କ ସମ୍ପର୍କ ବିଷୟରେ କହିନଥିଲେ ବି ଉଭୟଙ୍କର ବନ୍ଧୁ ହର୍ଷବର୍ଦ୍ଧନ କପୁର ଏହାକୁ ନେଇ ଇସାରା ଦେଇସାରିଛନ୍ତି ।

ହର୍ଷବର୍ଦ୍ଧନ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଭିକି ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ଉଠୁଥିବା ମିଥ୍ୟା ଖବର ଉପରେ ସେ ବିଶ୍ୱାସ କରୁଛନ୍ତି । ସେ କହିଥିଲେ ମୁଁ ଜାଣିନାହିଁ କିନ୍ତୁ ଏହାକୁ ନେଇ ସେମାନଙ୍କର ଖୋଲା ବିଚାର ରହିଛି ।

Get real time updates directly on you device, subscribe now.