fbpx

ପାଠପଢ଼ିବାକୁ ଚଢ଼ିଥିଲେ ପାହାଡ଼, ଚାଲିଗଲା ଛାତ୍ରଙ୍କ ଜୀବନ

ଓଡ଼ିଶା ଭାସ୍କର ବ୍ୟୁରୋ: ଅନଲାଇନ୍ କ୍ଲାସ୍ ହେଲା କାଳ । ପାଠପଢ଼ିବା ପାଇଁ ଆସିଲାନି ନେଟୱର୍କ । ଫଳରେ ପାହାଡ଼ ଉପରକୁ ଚଢ଼ିଥିଲେ ଜଣେ ଛାତ୍ର । କିନ୍ତୁ ଦୁର୍ଭାଗ୍ୟକୁ ପାହାଡ଼ରୁ ଖସି ଛାତ୍ରଙ୍କ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ ।

ପାଠପଢ଼ା ପାଇଁ ଥିବା ସ୍ୱପ୍ନ ଓ ସମସ୍ତ ଉଦ୍ୟମ ମାଟିରେ ମିଶିଗଲା । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ୍ ପାଣ୍ଡ୍ରାଗୁଡ଼ା ଗାଁରେ ଏଭଳି ଦୁର୍ଘଟଣା ଘଟିଛି । ଗାଁର ଆନ୍ଦ୍ରିୟ ଜାଗାରାଙ୍ଗ(୧୩) କଟକର ଏକ ମିସନାରୀ ସ୍କୁଲରେ ନାମ ଲେଖାଇଥିଲେ । ତେବେ ଅନଲାଇନ୍ କ୍ଲାସ୍ରେ ପାଠ ପଢ଼ିବାକୁ ସେ ଉଦ୍ୟମ କରିଥିଲେ କିନ୍ତୁ ଗାଁକୁ ନେଟୱର୍କ ଆସିଲା ନାହିଁ । ଫଳରେ ଆନ୍ଦ୍ରିୟ ମୋବାଇଲ୍ ଫୋନ୍ ନେଇ ଗାଁ ନିକଟରେ ଥିବା ପାହାଡ଼ ଉପରେ ଚଢ଼ିଥିଲେ । ତେବେ ଆଗରୁ ହୋଇଥିବା ବର୍ଷା ପାଣିରେ ପଥରରୁ ତାଙ୍କର ଗୋଡ଼ ଖସିଯାଇଥିଲା । ଆଉ ଗଡ଼ିଗଡ଼ି ପଡ଼ିଥିଲେ ଆନ୍ଦ୍ରିୟ । ଗୋଡ଼ ଓ ଛାତିରେ ଗୁରୁତର ଆଘାତ ହୋଇଥିବାବେଳେ ତାଙ୍କୁ ପଦ୍ମପୁର ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.