fbpx

ଖୁବ୍ ଶୀଘ୍ର ଦିଲ୍ଲୀରେ ଗଡ଼ିବ Uber ବସ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଅଟୋ, ବାଇକ୍ ଏବଂ ଟ୍ୟାକ୍ସି ପରେ ଖୁବ୍ ଶୀଘ୍ର ଦିଲ୍ଲୀରେ ଗଡ଼ିବ Uber ବସ୍ । ଆପ୍ ଆଧାରିତ ଅନଲାଇନ୍ କ୍ୟାବ୍ ବୁକିଂ ସେବା ପ୍ରଦାନକାରୀ କମ୍ପାନୀ Uber କୁ ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ସରକାରଙ୍କ ‘ପ୍ରିମିୟମ ବସ୍ ଯୋଜନା’ ଅନ୍ତର୍ଗତ ରାଜଧାନୀରେ ବସ ଚାଳନା ପାଇଁ ‘ଏଗ୍ରୀଗେଟର’ ଲାଇସେନ୍ସ ମିଳିଛି । ଏହି ସେବା ଆରମ୍ଭ ହେବା ପରେ ଯାତ୍ରୀ ଉବର ଆପ୍ ମାଧ୍ୟମରେ ନିଜ ପସନ୍ଦର ରୁଟରେ ସିଟ୍ ବୁକିଂ କରିପାରିବେ ।

Uber କମ୍ପାନୀ ଏକ ବିବୃତ୍ତିରେ ପ୍ରକାଶ କରିଛି ଯେ ଦିଲ୍ଲୀ ବସ ସଂଚାଳନ ପାଇଁ ଲାଇସେନ୍ସ ପ୍ରଦାନ କରିବାରେ ପ୍ରଥମ । Uber ଦିଲ୍ଲୀ ପ୍ରିମିୟମ ବସ୍ ଯୋଜନା ଅନ୍ତର୍ଗତ ଲାଇସେନ୍ସ ଗ୍ରହଣ କରିବାରେ ପ୍ରଥମ ‘ଏଗ୍ରୀଗେଟର’ ପାଲଟିଯାଇଛି ।  ‘ଏଗ୍ରୀଗେଟର’ରେ ଏକ ନେଟୱାର୍କ ମଡେଲ ରହିଛି ଯାହା ଅନ୍ତର୍ଗତ ସର୍ଭିସ ପ୍ରୋଭାଇଡର୍ସ ଏବଂ ସେବା ଉପଭୋକ୍ତାଙ୍କୁ ଯୋଡ଼ୁଥିବା ଏକ ପ୍ଲାଟଫର୍ମ । ଅପରପକ୍ଷରେ Uber ଶଟଲ ଇଣ୍ଡିଆର ପ୍ରମୁଖ ଅମିତ ଦେଶପାଣ୍ଡେ କହିଛନ୍ତି ଏକ ସଫଳ ପାଇଲଟ୍ କାର୍ଯ୍ୟକ୍ରମ ପରେ ଅଫିସିଆଲି ଏହି ବସ୍ ସୁବିଧା ଆରମ୍ଭ କରାଯିବ । ଏଥିରେ ପ୍ରତ୍ୟେକ ଶଟଲ ବାହନରେ ୧୯ରୁ ୫୦ ଜଣ ଯାତ୍ରୀଙ୍କ ପାଇଁ ସିଟ୍ ବ୍ୟବସ୍ଥା ରହିବ । ଏଣିକି ଯାତ୍ରୀମାନେ ଗୋଟିଏ ସପ୍ତାହ ପୂର୍ବରୁ ଉବର ଆପ୍ ମାଧ୍ୟମରେ ବସ୍ ବୁକିଂ କରିପାରିବେ ।

Get real time updates directly on you device, subscribe now.