fbpx

ୟୁଜି , ପିଜି ପରୀକ୍ଷା ପ୍ରସଙ୍ଗ: ଉଚ୍ଚଶିକ୍ଷା ମନ୍ତ୍ରୀ କରିବେ ଜରୁରୀ ବୈଠକ

ଭୁବନେଶ୍ୱର:(ଓଡିଶା ଭାସ୍କର):ମହାମାରୀ କରୋନା ଯୋଗୁଁ ସମସ୍ତ ସ୍କୁଲ କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡିକର ପାଠପଢା ବନ୍ଦ ରହିଛି । କିଛି କିଛି ଶିକ୍ଷାନୁଷ୍ଠାନରେ ଅନଲାଇନ୍ କ୍ଲାସ୍ ଚାଲୁଥିବା ବେଳେ ଅନ୍ୟ କେତେକ ବନ୍ଦ ରହିଛି । ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି ଓ ରଜ ଛୁଟିକୁ ଦେଖି ବହୁ ଶିକ୍ଷକ ଶିକ୍ଷୟତ୍ରୀ ଅନଲାଇନ୍ କ୍ଲାସ୍ ନେବା ମଧ୍ୟ ବନ୍ଦ କରିଦେଇଛନ୍ତି । ତେବେ କରୋନା ପରିାସ୍ଥିତି ମଧ୍ୟରେ କିଭଳି ପାଠପଢା ଜାରି ରହିବ ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଛି । କୋଭିଡ୍ ପାଇଁ ଏହି ଆଲୋଚନା ଭର୍ଚୁଆଲ ମିଟିଂରେ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ୟୁଜି ଓ ପିଜିର ନାମଲେଖା, ପାଠପଢା ଓ ପରୀକ୍ଷା ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହେବ । ଏହି ବୈଠକରେ ଅଧ୍ୟକ୍ଷତା କରିବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ । ଏହି ଲକଡାଉନ୍ରେ ୟୁଜି ଓ ପିଜିର ପରୀକ୍ଷାକୁ ନେଇ କୁଳପତିମାନଙ୍କ ମତ ନିଆଯିବ । ଏ ସମ୍ପର୍କରେ ମଧ୍ୟ ସମସ୍ତ ଡିଗ୍ରୀ କଲେଜ୍ର ଅଧ୍ୟକ୍ଷଙ୍କ ସହ ବୈଠକ ମଧ୍ୟ ହେବ । ପରୀକ୍ଷାକୁ ନେଇ ଉଭୟ କଲେଜ୍ ଓ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷମାନଙ୍କ ମତାମତ ନିଆଯିବ ।

 

Get real time updates directly on you device, subscribe now.