fbpx

UGC ପକ୍ଷରୁ ସୂଚନା: ‘ପ୍ରଫେସର ଅଫ୍ ପ୍ରାକ୍ଟିସ୍’ ନିଯୁକ୍ତିରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷାରେ ଉନ୍ନତି ଆଣିବା, ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଏକ୍ସପର୍ଟଙ୍କୁ ନିଯୁକ୍ତି ଦିଆଯିବ । ଚଳିତ ବର୍ଷରୁ ‘ପ୍ରଫେସର ଅଫ୍ ପ୍ରାକ୍ଟିସ୍’ (ପିଓପି) ଯୋଜନା ଆରମ୍ଭ ହୋଇଛି । ତାମିଲନାଡ଼ୁରେ ନିର୍ବାଧିକ ସଂଖ୍ୟାରେ ପିଓପି ନିଯୁକ୍ତି ପାଇଥିବା ବେଳେ ଓଡ଼ିଶା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ଏକ୍ସପର୍ଟମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ୍ । ତାମିଲନାଡ଼ୁର ୯୩ ଜଣ ଏକ୍ସପର୍ଟ ବିଭନ୍ନ ବିଷୟରେ ପଢ଼ାଉଥିବା ବେଳେ ସେମାନଙ୍କୁ ୟୁଜିସି ପକ୍ଷରୁ ଡକାଯାଇଛି । ଓଡ଼ିଶାର ୪୮ ଜଣ, ମହାରାଷ୍ଟ୍ରର ୩୫ ଜଣ, ହରିୟାଣାର ୩୨ ଜଣ, କର୍ଣ୍ଣାଟକର ୨୯ ଜଣ, ଦିଲ୍ଲୀର ୧୫ ଜଣ, ଆନ୍ଧ୍ରପ୍ରଦେଶର ୧୦ ଜଣ, ରାଜସ୍ଥାନର ୯ ଜଣ, ତେଲେଙ୍ଗାନାର ୬ ଜଣ ଓ ପଞ୍ଜାବର ୫ ଜଣ ପ୍ରଫେସର ଅଫ୍ ପ୍ରାକ୍ଟିସ ରହିଛନ୍ତି । ଅନ୍ୟ ବିଷୟର ଏକ୍ସପର୍ଟମାନଙ୍କୁ ମଧ୍ୟ ତାମିଲ୍ ଦିଆଯିବ ।

ଟ୍ରାଇବାଲ ଷ୍ଟଡିଜ୍, ବାୟୋଟେକ୍ନୋଲୋଜି, ମାଇକ୍ରୋବାୟୋଲୋଜି, ବାୟୋକେମିଷ୍ଟ୍ରି, ଲିଡରଶିପ, ଏଚଆର, ଇନୋଭେସନ ଆଦି କ୍ଷେତ୍ରରେ ତାଲିମ୍ ଦିଆଯିବ । ଏକ୍ସପର୍ଟମାନେ କମର୍ସ, ମ୍ୟାନେଜମେଣ୍ଟ, ସାମ୍ବାଦିକତା ଓ କୃତ୍ରିମ ବୁଦ୍ଧିମତା (ଏଆଇ) କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ ହୋଇଛନ୍ତି । ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ବିଭାଗରେ ସବାଧିକ ୮୭ ଜଣ ଏକ୍ସପର୍ଟ ରହିଛନ୍ତି । ୟୁଜିସି ଅଧ୍ୟକ୍ଷ ଏମ.ଜଗଦେଶ କୁମାର କହିଛନ୍ତି, ବିଭିନ୍ନ ୟୁନିଭରସିଟି ପ୍ରଫେସର ଅଫ୍ ପ୍ରାକ୍ସିସଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେଇଛନ୍ତି । ଏହି ଯୋଜନା ଦ୍ୱାରା ନାକ୍ ଆସେସମେଣ୍ଟ ସ୍କୋରରେ ଉନ୍ନତି ଆସିବା ସହ ଉଚ୍ଚଶିକ୍ଷା କ୍ଷେତ୍ରର ବିଭିନ୍ନ ଉନ୍ନତି ଆସିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.