ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ୟୁଜିସି ନେଟ୍ ଡିସେମ୍ବର 2024 ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଯେଉଁମାନେ ୟୁଜିସି ପରୀକ୍ଷା ଦେବାକୁ ଚାହୁଁଛନ୍ତି, ସେମାନେ ଅଧିକାରୀକ ଓ୍ବେବସାଇଟ୍ ugcnet.nta.ac.in କୁ ଯାଇ ଆବେଦନ କରିପାରିବେ । ତେବେ ଏହି ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ଡିସେମ୍ବର 10 ତାରିଖ ରହିଛି । ତେବେ ପରୀକ୍ଷା ଫି ଡିସେମ୍ବର 11 ତାରିଖ ରାତି 11.50 ପର୍ଯ୍ୟନ୍ତ କରିପାରିବେ । ଯଦି ଆବେଦନ ଫର୍ମରେ କୌଣସି ତ୍ରୁଟି ରହିଥାଏ ତେହେ ଏହାକୁ ଡିସେମ୍ବର 12 ତାରିଖରୁ ଡିସେମ୍ବର 13 ତାରିଖ ରାତି 11ଟା 50 ପର୍ଯ୍ୟନ୍ତ କରିପାରିବେ ।
ତେବେ ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ଚଳିତ ବର୍ଷ ଜାନୁଆରୀ ମାସରେ କରାଯିବ । ଜାନୁଆରୀ 1 ତାରିଖରୁ ଜାନୁଆରୀ 19 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ଏହି ପରୀକ୍ଷା କମ୍ୟୁଟର ବେସ୍ ମୋଡରେ 85 ବିଷୟ ପାଇଁ ହେବ । ପ୍ରତ୍ୟେକ ବର୍ଷ ଏନଟିଏ ଦ୍ବାରା ୟୁଜିସି ନେଟର ଆୟୋଜନ କରାଯାଇଥାଏ । ବର୍ଷକୁ 2 ଥର ଅର୍ଥାତ ଜୁନ୍ ଏବଂ ଡିସେମ୍ବରରେ ହୋଇଥାଏ । ରିସର୍ଚ୍ଚ ସ୍କୋଲାର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଏହି ପରୀକ୍ଷା ହୋଇଥାଏ ।