fbpx

ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ବ୍ୟବହାର କରନ୍ତୁ ୟୁଜି ଓ ପିଜି ଛାତ୍ରଛାତ୍ରୀ, ପ୍ରସ୍ତାବ ଦେଲା ୟୁଜିସି

ଭୁବନେଶ୍ୱର: ରାଜ୍ୟରେ ଯେଉଁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଭିତ୍ତିଭୂମି ସୁବିଧା ରହିଛି ତାହାକୁ ଅନ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ବ୍ୟବହାର କରିପାରିବେ । ଏଥିପାଇଁ ସବୁ ବିଶ୍ୱବିଦ୍ୟାଳୟ ୟୁଜିସି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ସହ ଗବେଷକମାନେ ଉପକୃତ ହୋଇପାରିବେ । ଗବେଷଣା ଓ ଉନ୍ନୟନ କାର୍ଯ୍ୟରେ ଗୁଣାତ୍ମକ ଉନ୍ନତି ଆଣିବା ଲାଗି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ ସମ୍ବଳକୁ ୟୁଜିସି ଗୁରୁତ୍ୱ ଦେଉଛି । ଏଥିପାଇଁ ନିରନ୍ତର ପାଣ୍ଠି ପ୍ରଦାନ କରାଯାଉଛି । ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଯିବା ଫଳରେ ଭିତ୍ତିଭୂମି ଅଭାବରୁ ବଞ୍ଚିତ ଛାତ୍ରଛାତ୍ରୀ ପାଠାଗାର, ପରୀକ୍ଷାଗାର ଓ ଉନ୍ନତ ଭିତ୍ତିଭୂମି ଅନ୍ୟ ଶିକ୍ଷାନୁଷ୍ଠାନରୁ ପାଇପାରିବେ ।

Get real time updates directly on you device, subscribe now.