Aadhar Cardର ଏହି ଦୁଇ ସେବା ବନ୍ଦ କଲା UIDAI , ପଡ଼ିପାରେ ପ୍ରଭାବ

ନୂଆଦିଲ୍ଲୀ: ଆଧାର କାର୍ଡ ଆଜିର ସମୟରେ ଏକ ସବୁଠୁ ବଡ଼ ଦସ୍ତାବେଜ୍ । ସରକାରୀ କାମ ଠାରୁ ଆରମ୍ଭ କରି ବ୍ୟାଙ୍କିଂ କିମ୍ବା ଅନ୍ୟ ଜରୁରୀ କାମ ପାଇଁ ଆଧାର ବାଧ୍ୟତାମୂଳକ ହୋଇଛି । ଏହା ସହ ଆଧାର କାର୍ଡରେ ଦିଆଯାଇଥିବା ସୂଚନା ସଂପୂର୍ଣ୍ଣ ଭାବରେ ଅପଡେଟ୍ ହେବା ଜରୁରୀ । ୟୁଆଇଡିଏଆଇ ଅନେକ ସମୟରେ ଆଧାରକୁ ନିୟମରେ ଅପଡେଟ କରିଥାଏ । ଏହାରି ମଧ୍ୟରେ ୟୁଆଇଡିଏଆଇ ଆଧାର ସହ ଜଡ଼ିତ ଦୁଇଟି ସେବାକୁ ଅନିଶ୍ଚିତ ସମୟ ପାଇଁ ବନ୍ଦ କରିଛି । ଏହାର ପ୍ରଭାବ ଆଧାର କାର୍ଡ ଧାରକଙ୍କ ଉପରେ ପଡ଼ିବ ।

୧. ୟୁଆଇଡିଏଆଇ ଆଡ୍ରେସ ଭାଲିଡେସନ ଲେଟର ଦ୍ୱାରା ଆଧାର କାର୍ଡରେ ଠିକଣା ଅପଡେଟ କରିବା ସୁବିଧା ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏଜେଣ୍ଟ କିମ୍ବା ଅନ୍ୟ ଆଧାର କାର୍ଡ ହୋଲ୍ଡର ଏହାଦ୍ୱାରା ଠିକଣା ସହଜରେ ଅପଡେଟ କରିପାରୁଥିଲେ । ୟୁଆଇଡିଏଆଇ ୱେବସାଇଟରେ ଆଡ୍ରେସ ଭାଲିଡେସନ ଲେଟର ସହ ଜଡ଼ିତ ଅପ୍ସନ ମଧ୍ୟ ହଟାଇଛି । ତେବେ ଆପଣ ଲିଷ୍ଟରେ ଥିବା ଅନ୍ୟ କୌଣସି ଆଡ୍ରେସ ପ୍ରୁଫ୍ ଦ୍ୱାରା ନିଜର ଠିକଣା ଅପଡେଟ୍ କରିପାରିବେ ।

ଏହି ନିଷ୍ପତ୍ତି ଦ୍ୱାରା ଲୋକଙ୍କ ଆଧାର କାର୍ଡରେ ଆଡ୍ରେସ ଅପଡେଟ କରିବାରେ ଅସୁବିଧା ହୋଇପାରେ । ଖାସକରି ସେ ଲୋକମାନଙ୍କୁ ଯେଉଁମାନେ ଭଡ଼ାରେ ରହୁଛନ୍ତି ଏବଂ ଯେଉଁମାନେ ଅଧିକ ସମୟ ପାଇଁ ଜବ ସ୍ୱିଚ୍ କରୁଛନ୍ତି । ଯେଉଁମାନଙ୍କ ପାଖରେ ଠିକଣା ସଂଶୋଧନ ପାଇଁ କୌଣସି ପ୍ରୁଫ୍ ନଥିଲେ ସେମାନଙ୍କୁ ଅସୁବିଧା ହୋଇପାରେ ।

ୟୁଆଇଡିଏଆଇ ପୁରୁଣା ଷ୍ଟାଇଲରେ ଆଧାର କାର୍ଡ ରିପ୍ରିଣ୍ଟ କରିବା ସେବା ବନ୍ଦ କରିଦେଇଛି । ପ୍ରକୃତରେ ଏବେ ପୁରୁଣା ବଡ଼ କାର୍ଡ ବଦଳରେ ୟୁଆଇଡିଏଆଇ ପ୍ଲାଷ୍ଟିକ୍ ପିଭିସି କାର୍ଡ ଦେଉଛି । ତେବେ ଆପଣ ଇ-ଆଧାରର ପ୍ରିଣ୍ଟ କାଢ଼ିପାରିବେ ।