fbpx

୭ ମିନିଟ୍ ପାଇଁ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ବନିଲେ ଏହି ୟୁଟ୍ୟୁବର୍, ଏଲନ୍ ମସ୍କଙ୍କୁ ପକାଇଲେ ପଛରେ; ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ: ଟେସଲାର ପ୍ରତିଷ୍ଠାତା ଏଲନ୍ ମସ୍କଙ୍କ ଠାରୁ ମଧ୍ୟ ଦୁଇଗୁଣ ଅଧିକ ସମ୍ପତ୍ତି ସହିତ ବ୍ରିଟେନର ଏହି ବ୍ୟକ୍ତି ୭ ମିନିଟ୍ ପାଇଁ ବନିଲେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି । ମ୍ୟାକ୍ସ ଫୋଶ ନାମକ ଏହି ବ୍ୟକ୍ତି ପେସାରେ ଜଣେ ୟୁଟ୍ୟୁବର୍ । ତାଙ୍କର ୬ ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି । ସେ ଏକ ଭିଡିଓ ଜରିଆରେ ଏହି ଅନୁଭୂତିକୁ ସେୟାର୍ କରିଛନ୍ତି । ସେ କିପରି ୭ ମିନିଟ୍ ପାଇଁ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ବନିଲେ ସେ ସମ୍ପର୍କରେ ବିସ୍ତୃତ ଭାବରେ କହିଛନ୍ତି ।

ମ୍ୟାକ୍ସ ଫୋଶ ଅପଲୋଡ୍ କରିଥିବା ଏହି ଭିଡିଓକୁ ଏବେସୁଦ୍ଧା ୫.୭୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, “ଯଦି ମୁଁ ପ୍ରାୟ ଅସୀମିତ ଟଙ୍କା ସହିତ ୧୦ ବିଲିୟନ ସେୟାର ଦ୍ୱାରା ଏକ କମ୍ପାନୀ କଲି ଏବଂ ପଞ୍ଜୀକୃତ କରିଲି ଓ ନିବେଶର ସୁଯୋଗ ଭାବରେ ୫୦ ପାଉଣ୍ଡ ପାଇଁ ଏକ ଶେୟାର୍ ବିକ୍ରି କରୁଛି ତାହେଲେ ଆଇନ ଅନୁସାରେ, ମୋ କମ୍ପାନୀର ମୂଲ୍ୟ ଟେକ୍ନିକାଲ୍ ରୂପରେ ୫୦୦ ବିଲିୟନ୍ ଡଲାର୍ ପାଉଣ୍ଡ୍ ହେବ । ଏହିପରି ଭାବରେ ମୁଁ ମୋର ନିକଟତମ ପ୍ରତିଦ୍ୱନ୍ଦୀ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ବନି ପାରିବି” । ଉକ୍ତ ଭିଡିଓରେ ମ୍ୟାକ୍ସ କହିଛନ୍ତି ଯେ, “ହେଲେ ଏହା ଏକ ପ୍ଲାନ୍ କିମ୍ବା କୁଚକ୍ର ହୋଇପାରେ ମୋତେ ଫସାଇବାର ଓ ମୋ ଉପରେ ଧୋକାଧଡ଼ି ଅଭିଯୋଗ ଆଣିବାର । ଏହା ଠିକ୍ ନୁହେଁ ” ।

ଏହିଭଳି ଭାବରେ ସେ ଦୁନିଆର ସବୁଠୁ ଧନୀ କିପରି ବନି ପାରୁଛି ଏକ ଭିଡିଓ ମାଧ୍ୟମରେ ବିସ୍ତୃତ ଭାବରେ କହିଛନ୍ତି । ଆପଣ ମାନେ ବି ଉକ୍ତ ଭିଡିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

 

Get real time updates directly on you device, subscribe now.