ଏଲନ୍ ମସ୍କଙ୍କ ସହ କଥା ହେଲେ ରାଷ୍ଟ୍ରପତି ଜେଲେନସ୍କି, ହେବ ନାହିଁ ଇଣ୍ଟରନେଟ୍ ସମସ୍ୟା; ମିଳିବ ଷ୍ଟାରଲିଙ୍କ୍ ଟର୍ମିନାଲ୍
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏଲନ୍ ମସ୍କ ଖୋଲାଖୋଲି ଭାବରେ ୟୁକ୍ରେନ ସପକ୍ଷରେ ଠିଆ ହୋଇଛି । ୟୁକ୍ରେନରେ ଇଣ୍ଟରନେଟ୍ କନେକ୍ଟିଭିଟିକୁ ନେଇ ଏଲନ୍ ଲଗାତର ଭାବରେ କାମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଭ୍ଲାଦିମୀର ଜେଲେନସ୍କି ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କଙ୍କ ସହ କଥା ହୋଇଛନ୍ତି ଓ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ, ଆସନ୍ତା ସପ୍ତାହରେ ୟୁକ୍ରେନକୁ ଷ୍ଟାର୍ ଲିଙ୍କ୍ ଇଣ୍ଟରନେଟ୍ ଟର୍ମିନାଲ୍ ର ନୂଆ ବ୍ୟାଚ୍ ଦିଆଯିବ । ଏହା ଦ୍ୱାରା ଦେଶରେ ଇଣ୍ଟରନେଟ୍ ର କୌଣସି ଅଭାବ ରହିବ ନାହିଁ ।
ଜେଲେନସ୍କି ଟୁଇଟ୍ କରି ଲେଖିଛନ୍ତି ଯେ, “ଏଲନ୍ ମସ୍କଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନକୁ ସମର୍ଥନ କରୁଥିବାରୁ ମୁଁ ଧନ୍ୟ ମନେ କରୁଛି” । ଗୁରୁବାର ଦିନ ଏଲନ୍ ମସ୍କ କହିଥିଲେ ଯେ, ଷ୍ଟାରଲିଙ୍କ୍ ହେଉଛି ଏକ ମାତ୍ର ଅଣ-ରୁଷୀୟ କମ୍ୟୁନିକେସନ୍ ସିଷ୍ଟମ୍ । ଯାହା ଯୁଦ୍ଧକାଳୀନ ପରିସ୍ଥିତିରେ ବି ୟୁକ୍ରେନର କିଛି ସ୍ଥାନରେ କାମ କରୁଛି । ଭ୍ଲାଦିମୀର ଜେଲେନସ୍କି କହିଛନ୍ତି ଯେ, ଆସନ୍ତା ସପ୍ତାହରେ ନଷ୍ଟ ହୋଇଯାଇଥିବା ସହର ପାଇଁ ଆମକୁ ଷ୍ଟାରଲିଙ୍କ୍ ସିଷ୍ଟମ୍ ର ଆଉ ଏକ ବ୍ୟାଚ୍ ମିଳିବ । ଏହା ସହିତ ଦୁହିଁଙ୍କ ମଧ୍ୟରେ ସ୍ପେସ୍ ପ୍ରୋଜେକ୍ଟକୁ ନେଇ ଆଲୋଚନା ହୋଇଥିଲା ।
Talked to @elonmusk. I’m grateful to him for supporting Ukraine with words and deeds. Next week we will receive another batch of Starlink systems for destroyed cities. Discussed possible space projects ?. But I’ll talk about this after the war.
— Володимир Зеленський (@ZelenskyyUa) March 5, 2022
ସୂଚନାଯୋଗ୍ୟ, ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ଲଗାତର ଭ୍ରାବରେ ୟୁକ୍ରେନର ସହାୟତା କରିଆସୁଛନ୍ତି । ୟୁକ୍ରେନର ବିଭିନ୍ନ ସହରରେ ଇଣ୍ଟରନେଟ୍ ସେବା ଯୋଗାଇବାରେ ସାହାଯ୍ୟ କରୁଛନ୍ତି । ଏହି କ୍ରମରେ ଇଣ୍ଟରନେଟ୍ କନେକ୍ଟିଭିଟି ପାଇଁ ପୂର୍ବରୁ ହିଁ ଷ୍ଟାରଲିଙ୍କ୍ ଟର୍ମିନାଲ୍ ର ଏକ ବ୍ୟାଚ୍ ପଠାଇ ସାରିଛନ୍ତି । ଏନେଇ ସେ ନିଜ ଟୁର୍ର୍ ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ ।