ନୂଆଦିଲ୍ଲୀ : ଆଜିକାର ସମସ୍ତ ପିଲାଙ୍କୁ ସ୍ମାର୍ଟ ଫୋନ ଗୋଟେ ନିହାତି ଦରକାର । ଆଉ ଏହି ମାମଲରେ ସେମାନେ ବହୁତ ସିଲେକ୍ଟିଭ ହୋଇଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ଠାରୁ ଆରମ୍ଭ କରି ଛୋଟ ଛୁଆଙ୍କ ପର୍ଯ୍ୟନ୍ତ ସମସ୍ତେ ଫୋନ ବ୍ୟବହାର କରୁଛନ୍ତି । ସେମାନଙ୍କୁ ଫୋନରେ ଭଲ କ୍ୟାନେରା, ମନ ପସନ୍ଦର ଫିଚର ଏବଂ ଫୋନର ସାଇଜ ଠିକ ଥିବା ଜରୁରୀ । କେତେକ ସ୍ମାର୍ଟଫୋନର ସାଇଜ ଚଉଡା ଥିବା ବେଳେ ଆଉ କେତେକ ସ୍ମାର୍ଟ ଫୋନର ସାଇଜ ପତଳା ଥାଏ । ଅଧିକାଂଶ ଲୋକ ପତଳା ସ୍ମାର୍ଟ ବ୍ୟବହାର କତିବା ପାଇଁ ପସନ୍ଦ କରିଥାନ୍ତି । ସ୍ମାର୍ଟ ଫୋନରେ ପତଳା ସାଇଜ ସହିତ ଦମଦାର ଫିଚର ମଧ୍ୟ ଥିବା ଦରକାର । ଆସାନ୍ତୁ ଜାଣିବା ୨୦୨୩ର ସବୁଠାରୁ ପତଳା ସ୍ମାର୍ଟଫୋନ କ’ଣ ରହିଛି ।
Xiaomi Redmi 12 5G: ଆପଣ Xiaomi ର ଏହି ଫୋନକୁ ଇ-କମର୍ସ ପ୍ଲାଟଫର୍ମ କ୍ରୋମାରେ ମାତ୍ର ୧୧,୯୯୯ ଟଙ୍କାରେ ପାଇପାରିବେ । ଏହି ଫୋନର ଥିକ୍ନେସ୍ ବିଷୟରେ କହିବାକୁ ଗଲେ ଏହି ଫୋନଟି ୮.୧ ମି.ମି. ଏବଂ ଏହାର ଓଜନ ୧୯୯ ଗ୍ରାମ ରହିଛି । ଡୁଆଲ୍ କ୍ୟାମେରା ସେଟଅପ୍ ସହିତ ଆସୁଥିବା ଏହି ଫୋନରେ ଆପଣ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୨ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ପାଇପାରିବେ ।
iQOO Z7 Pro: ଏହି ସ୍ମାର୍ଟଫୋନ ସାଇଜରେ ମାତ୍ର ୭.୩ ମିମି ଏବଂ ଓଜନ ମାତ୍ର ୧୭୫ ଗ୍ରାମ ରହିଛି । ଏହା ବ୍ୟତୀତ ଫୋନ୍ ମିଡିଆଟେକ୍ ଡାଇମେନସିଟି ୭୨୦୦ ଚିପସେଟ ଦ୍ୱାରା ଲ୍ୟାସ କରାଯାଇଛି । ଫଟୋ-ଭିଡିଓଗ୍ରାଫି ପାଇଁ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିଥାଏ । ଯେଉଁଥିରେ ୬୪ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୨ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ରହିଛି । ୪୬୦୦mAh ବ୍ୟାଟେରୀ ସହିତ ଆସୁଥିବା ଏହି ଫୋନ୍ ଆମାଜନରେ ୨୩,୯୯୯ ଟଙ୍କା ଡିସକାଉଣ୍ଟ ମୂଲ୍ୟରେ ମିଳୁଛି ।
realme C53: Realme : ଏହି ଫୋନ୍ ମାତ୍ର ୭.୯ ମିମିର ରହିଛି ଏବଂ ଏହି ଫୋନର ଓଜନ ୧୮୬ ଗ୍ରାମ ରହିଛି । ଫୋନରେ ୧୦୮ MPର ସିଙ୍ଗଲ କ୍ୟାମେରା ଏବଂ ଫ୍ରଣ୍ଟରେ ୮ MPର କ୍ୟାମେରା ରହିଛି । ଏହି ଫୋନ ଇ-କମର୍ସ ପ୍ଲାଟଫର୍ମ କ୍ରୋମାରେ ୧୦,୯୯୯ ଟଙ୍କା ଏବଂ ଆମାଜନରେ ୧୪,୯୯୯ ଟଙ୍କାରେ ମିଳୁଛି ।
vivo V29e : କ୍ୱାଲକମ୍ ସ୍ନାପଡ୍ରାଗନ ୬୯୫ ଚିପସେଟ ଦ୍ୱାରା ଲ୍ୟାସ ହୋଇଥିବା ଏହି ସ୍ମାର୍ଟଫୋନର ଥିକନେସ ୭.୫୭ ମିମି ରହିଛି ଏବଂ ଏହାର ଓଜନ ମାତ୍ର ୧୮୦.୫ ଗ୍ରାମ ରହିଛି । ଏଥିରେ ଆପଣଙ୍କୁ ଡୁଆଲ କ୍ୟାମେରା ସେଟଅପ୍ ମିଳିଥାଏ, ଯେଉଁଥିରେ ପ୍ରାଇମେରୀ କ୍ୟାମେରା ୬୪ ମେଗାପିକ୍ସେଲ ଏବଂ ସେକେଣ୍ଡାରୀ କ୍ୟାମେରା ୮ ମେଗାପିକ୍ସେଲ ରହିଛି । ୫୦୦୦ mAh ବ୍ୟାଟେରୀ ସହିତ ଆସୁଥିବା ଏହି ଫୋନ୍ ଫ୍ଲିପକାର୍ଟରେ ୨୬,୯୯୯ ଟଙ୍କାରେ ମିଳୁଛି ।