Breaking: ଅସଦାଚରଣକୁ ସହିପାରିଲେନି ଛାତ୍ରୀ, ବନ୍ଦ କୋଠରୀ ଭିତରେ କରିଦେଲେ ଏମିତି
କିଟ୍ କ୍ୟାମ୍ପସରେ ଉତ୍ତେଜନା। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ନେପାଳ ଛାତ୍ରଙ୍କ ବିକ୍ଷୋଭ। କ୍ୟାମ୍ପସ ପରିସର ଭଙ୍ଗାରୁଜା। ସେପଟେ ତୁରନ୍ତୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ। ସେପଟେ ସଫେଇ ରଖିଲେ କ୍ୟାମ୍ପସ କର୍ତ୍ତୃପକ୍ଷ
ଭୁବନେଶ୍ୱର: ଭୁବନେଶ୍ୱରର ଘରୋଇ କଲେଜରେ ଭଙ୍ଗାରୁଜା। ପଟିଆ ସ୍ଥିତ କିଟ୍ କଲେଜରେ ଉତ୍ତେଜନା। ଶିକ୍ଷାନୁଷ୍ଠାନରେ ଛାତ୍ରୀ ମୃତ୍ୟୁକୁ ନେଇ ବିବାଦ। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ରଙ୍କ ଉନ୍ମକ୍ତକାଣ୍ଡ।
ପ୍ରଥମେ ଛାତ୍ରୀଙ୍କୁ ଅସଦାଚରଣ ପରେ ଜୀବନ ହାରିଲେ ଛାତ୍ରୀ। ଏ ଅଭିଯୋଗ ଆସିବା ପରେ ଗତକାଲି ବିଳମ୍ୱିତ ରାତିରେ କ୍ୟାମ୍ପସ ପରିସରରେ ଉତ୍ତେଜନା ଦେଖାଦେଇଥିଲା। କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ: କିଟ୍ କଲେଜର ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କ୍ୟାମ୍ପସ ଛାଡିବାକୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରୀଙ୍କ ମୃତ୍ୟୁ ପରେ ଏପରି ପଦକ୍ଷେପ ନେଇଛି କିଟ୍।
ହେଲେ ଏବେଯାଏଁ ଛାତ୍ରୀଙ୍କ ମୃତ୍ୟୁ ଉପରୁ ପରଦା ହଟି ନଥିବା ବେଳେ, ପ୍ରେମ ପାଇଁ ଛାତ୍ରୀ ଜଣକ ଜୀବନ ହାରିଥାଇ ପାରନ୍ତି ବୋଲି କୁହାଯାଉଛି। ହେଲେ ଅନ୍ୟପଟେ ଅଭିଯୋଗ ଆସିଛି କି ଛାତ୍ରୀ ଜଣଙ୍କୁ ଅସଦାଚରଣ କରାଯାଇଥିଲା। ଯାହାପରେ ସେ ଆତ୍ମହତ୍ୟା କରିଛନ୍ତି।
ସାଇଣ୍ଟିଫିକ୍ ଟିମର ଖୋଳତାଡ: କିଟ୍ କ୍ୟାମ୍ପସରେ ସାଇଣ୍ଟିଫିକ୍ ଟିମର ଖୋଳତାଡ଼। ମୃତ ଛାତ୍ରୀଙ୍କ ରୁମକୁ ଯାଇ ଖୋଳତାଡ଼ କରୁଛି ସାଇଣ୍ଟିଫିକ୍ ଟିମ୍। ହତ୍ୟା ସନ୍ଦେହରେ ପୋଲିସର ସ୍ୱତନ୍ତ୍ର ଟିମର ଖୋଳତାଡ। ମୃତ ଛାତ୍ରୀର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ।
କିଟ୍ କୂଳ ସଚିବଙ୍କ ସଫେଇ: ସେପଟେ କିଟରେ ଉତ୍ତେଜନା ପରେ ସଫେଇ ରଖିଛନ୍ତି କିଟ୍ କଲେଜର କୂଳ ସଚିବ। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅଭିଯୁକ୍ତ ଛାତ୍ରଙ୍କ ସହ ମୃତ ନେପାଳୀ ଛାତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ। ମନୋମାଳିନ୍ୟରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତଦନ୍ତ କରୁଛି ପୋଲିସ।