fbpx

ରାଜଧାନୀରେ ଅସହ୍ୟ ତାତି, ଦିନ ସାଢେ ୧୧ଟାରେ ୩୮ ଡିଗ୍ରୀ

ଭୁବନେଶ୍ୱର: ଖରାକୁ ନେଇ ପୂର୍ବ ସୂଚନା ଅନୁସାରେ ରାଜ୍ୟରେ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯାଇଛି । ତେବେ ବର୍ତ୍ତମାନ ରାଜ୍ୟରେ ଅସହ୍ୟ ତାତିକୁ ନେଇ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଦିନ ୧୧ଟା ୩୦ ସମୟରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜ୍ୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ପାରଦ ଛୁଇଁଛି । ସେହିପରି ଝାରସୁଗୁଡାରେ ସର୍ବାଧିକ ୩୮.୬ ଡିଗ୍ରୀ ରହିଛି । ଚାନ୍ଦବାଲିରେ ୩୮.୪, ବାଲେଶ୍ୱରରେ ୩୮.୨, ପୁରୀରେ ୩୮ ଡିଗ୍ରୀ । ସମ୍ବଲପୁରରେ ୩୭.୮, ହୀରାକୁଦରେ ୩୭.୬, ଗୋପାଳପୁରରେ ୩୭.୪ ଡିଗ୍ରୀ, କେନ୍ଦୁଝରରେ ୩୭ ଏବଂ ପାରାଦୀପ ୩୪.୨ ଡିଗ୍ରୀ ସେଲସିୟସର ରେକର୍ଡ କରାଯାଇଛି ।

ରାଜ୍ୟରେ ନିଆଁ ବୃଷ୍ଟି ହେଉଥିବାରୁ ଜନସାଧାରଣଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଟାଣ ଖରାରେ ଦେହ ହାତ ଜଳିଯାଉଥିବା ପରିସ୍ଥିତି ଦେଖାଦେଇଛି । ଏହି ପାଣିପାଗର ଆଗତ ସୂଚନା ଅନୁଯାୟୀ, ବିଦ୍ୟାଳୟ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

Get real time updates directly on you device, subscribe now.