ଓଡ଼ିଶା ଭାସ୍କର: କାନ ଆମ ଶରୀରର ଅତ୍ୟନ୍ତ ଗୁରୁତ୍ୱୂର୍ଣ୍ଣ ଅଙ୍ଗ । ମସ୍ତିଷ୍କ ସହିତ କାନ ସଂଲଗ୍ନ ହୋଇଥିବାରୁ ଏହାର ମସ୍ତିଷ୍କ ପରିଚାଳନା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପର୍ଣ୍ଣ ଭୂମିକା ରହିଛି । କାନ ହେଉଛି ଶରୀରର ଏକ ସୂକ୍ଷ୍ମ ଅଂଶ। ଏଥିରେ କୌଣସି ଅଂଶ ଦୁର୍ବଳ ହେଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼େ । ନିକଟରେ ବିଶେଷଜ୍ଞମାନେ ପ୍ରକାଶ କରିଥିବା କର୍ଣ୍ଣ ସମ୍ବନ୍ଧୀୟ ତଥ୍ୟ ଅନେକଙ୍କୁ ଚିନ୍ତାରେ ପକାଇଛି । ବିଶେଷଜ୍ଞଙ୍କ କହିବାନୁସାରେ କେତେକଙ୍କର ପ୍ରାୟବେଳେ ମୁଣ୍ଡ ବୁଲାଇଥାଏ । ଏହାର କାରଣ ହେଉଛି କାନରେ ଉପୁଜିଥିବା ଅସୁବିଧା ।
- ଅନ୍ୟୂନ ୯୦ ପ୍ରତିଶତ ଲୋକ ଏହି କାନ ଅସୁବିଧା ପାଇଁ ମୁଣ୍ଡ ବୁଲାଇବାର ଶିକାର ହୋଇଥାନ୍ତି । କାନ ସଫା କରିବାବେଳେ ଡାକ୍ତର କିମ୍ବା ଅଭିଭାବକମାନେ ସ୍ପିରିଟ କି ହାଇଡ୍ରୋଜେନ୍ ପାରକ୍ସାଇଡ଼ର ବ୍ୟବହାର କରନ୍ତି । ଏହାର ପ୍ରୟୋଗ କିନ୍ତୁ କାନ ପାଇଁ କ୍ଷତିକାରକ ।
- କାନ ବିନ୍ଧିବା, କାନ କୁଣ୍ଡାଇ ହେବା ଏବଂ କାନ ଭିତରେ ପାଣି ପଶିବାକୁ ଲୋକେ ହାଲ୍କାରେ ନିଅନ୍ତି । ହେଲେ ଏହାଦ୍ୱାରା ଜନ୍ମଜାତ ବଧିରତା, କାନର ପର୍ଦ୍ଦାରେ ଛିଦ୍ର ସୃଷ୍ଟି ହେବା ପରି ବିଭିନ୍ନ କର୍ଣ୍ଣରୋଗ ଦେଖାଯାଏ । ଫଳରେ ମୁଣ୍ଡ ବୁଲାଇଥାଏ । କାନ କୁଣ୍ଡାଇ ହେଉ କି ପାଣି ପଶିବା ଫଳରେ କାନରେ ମଇଳା ଜମି କରି ହେଉ । ଏହାପରେ କାନକୁ ଭଲ ଶୁଣାଯାଏନା । କାନ ମଧ୍ୟରେ ଥିବା ସିଟୋମିନ୍ ନାମକ ପଦାର୍ଥଟି କାନରୁ ମଇଳା ବାହାର କରିବାରେ ସହାୟ ହୁଏ । ଯଦି ଏହା କମ୍ ନିର୍ଗତ ହୁଏ କି ବନ୍ଦ ହୋଇଯାଏ ତେବେ ମଳି ଜମି କାନପର୍ଦ୍ଦା ବନ୍ଦ ହୋଇଯାଏ । ଏହା ସାଧାରଣତଃ ପିଲାମାନଙ୍କ କ୍ଷେତ୍ରରେ ଘଟିଥାଏ । ଏହାଦ୍ୱାରା ସେମାନଙ୍କୁ ଭଲଭାବେ ଶୁଭିନଥାଏ ।
- କାନ କୁଣ୍ଡାଇହୁଏ । ଅଭିଭାବକମାନେ କିନ୍ତୁ ଏଥ୍ରିତି ଗୁରୁତ୍ୱ ଦିଅନ୍ତି ନାହିଁ । ଏମିତି ଲକ୍ଷଣ ଦେଖାଯାଉଥିବା ପିଲାଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇବା ଉଚିତ ନାରାୟଣ ଚନ୍ଦ୍ର ବିଶ୍ୱାଳ । ନଚେତ୍ ଏହା ସେମାନଙ୍କ ମସ୍ତିଷ୍କକୁ ପ୍ରଭାବିତ କରିବ । ସାଧାରଣତଃ ଅଧିକ ସମୟ ବାଥରୁମର ସାୱାର ଖୋଲାକରି ଗାଧୋଇବା ଦ୍ୱାରା ବା ନଦୀ କିମ୍ବା ପୋଖରୀରେ ଏପରିକି ସୁଇମିଂ ପୁଲରେ ଗାଧୋଇବା ବେଳେ କାନରେ ପାଣି ପଶି ଯାଇଥିଲେ ପରବର୍ତ୍ତୀ ସମୟରେ ତୁରନ୍ତ ଏହାକୁ ସଫା କରିବା କଥା ।
- ସେହିପରି କାନ କୁଣ୍ଡାଇ ହେଲେ ବା କୌଣସି ଅସ୍ୱସ୍ତିକର ଅନୁଭବ ହେଲେ ଏଣୁତେଣୁ ଯେ କୌଣସି କାଠି ଜାତୀୟ ଜିନିଷ, ଡଟ୍ ପେନ ଏପରିକି ଚାବି ରିଂରୁ ଚାବିର ଲମ୍ବା ମୁନିଆ ଧାତବ ଅଂଶକୁ ପୁରାଇ ସଫା କରିଥାନ୍ତି ଏହା ଅତ୍ୟନ୍ତ ଖରାପ ଅଭ୍ୟାସ ।
- ଆଜିକାଲି ବଜାରରେ ଏପରିକି ସମୁଦ୍ର କୂଳ ମାନଙ୍କରେ କାନ ସଫା କରୁଥିବା ବୁଲା ଲୋକମାନେ କାନରେ ସ୍ପିରିଟ ପକାଇ ସଫା କରିଥାନ୍ତି । ସେମାନେ ବିଷାକ୍ତ ସ୍ପିରିଟ ବ୍ୟବହାର କରନ୍ତି ଏବଂ ଏ କ୍ଷେତ୍ରରେ ପ୍ରଶିକ୍ଷିତ ବ୍ୟକ୍ତି ମଧ୍ୟ ନୁହଁନ୍ତି ତେଣୁ ଏ ଅଭ୍ୟାସ ଠାରୁ ଦୂରେଇବା ଖୁବ ଭଲ ।
- କାହାଙ୍କୁ କେବେ ଆଘାତ ଦେବାବେଳେ କାନମୁଣ୍ଡାରେ ଆଘାତ ଦେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ କାରଣ କାନ ଠାରୁ ସିଧାସଳଖ ମସ୍ତିଷ୍କର ସମ୍ପର୍କ ଥିବାରୁ ଆଘାତ ପାଉଥିବା ଲୋକଟିର ତତକ୍ଷଣାତ ଜୀବନ ଚାଲିଯିବାର ସମ୍ଭାବନା ଥାଏ ।
- କାନ ସମ୍ପର୍କରେ କୌଣସି ଅବହେଳା କରନ୍ତୁ ନାହିଁ କିମ୍ବା କୌଣସି ପରିସ୍ଥିତିରେ ଦେଶୀୟ ଚିକିତ୍ସା ବା ଝଡ଼ାଝଡ଼ି ଗୁଣୀ ଗାରେଡ଼ି ବିଦ୍ୟାର ସାହାଯ୍ୟ ନିଅନ୍ତୁ ନାହିଁ । କାହାଙ୍କ ଠାରୁ କାନକୁହା କଥା ଶୁଣି ବା ସୋସିଆଲ ମିଡ଼ିଆରୁ ଦେଖି କାନ ଚିକିତ୍ସା କରନ୍ତୁ ନାହିଁ ।
- ବୟସର ନିୟମିତ ଅବଧିରେ ଅନ୍ତତଃ ପ୍ରତି ତିନି ମାସରେ ଥରେ ବାକ୍ ଶ୍ରବଣ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ନିୟମିତ ନିଜର ଓ ପିଲାମାନଙ୍କର କାନ ସଫା କରିବା ଉଚିତ । ଯେତେବେଳେ ସେମାନେ କାନ ସମ୍ବନ୍ଧୀୟ କୌଣସି ଅଭିଯୋଗ ପାଉଛନ୍ତି, ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।