fbpx

Uniform Civil Codeବିଲକୁ ମିଳିଲା ମଞ୍ଜୁରୀ: ବହୁମତିରେ ପାରିତ ହେଲା UCC

Advertisement

ନୂଆଦିଲ୍ଲୀ: ଦୀର୍ଘ ଆଲୋଚନା ପରେ ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ କୋଡ ବିଲ୍ ବହୁମତରେ ପାରିତ ହୋଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ୟୁସିସି ବିଲ୍ ଆଗତ କରିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ୨ ଦିନର ଆଲୋଚନା ପରେ ଆଜି ଏହାକୁ ଗୃହରେ ପାରିତ କରାଯାଇଛି । ବିଦାନସଭାରେ ଏହା ପାସ୍ ହେବା ପରେ ବର୍ତ୍ତମାନ କାନୁନରେ ପରିଣତ ହୋଇଛି ୟୁନିଫର୍ମ ସିଭିଲ କୋଡ । ଏଥିସହିତ ୟୁସିସି ନିୟମ ଲାଗୁ କରିବାରେ ପ୍ରଥମ ରାଜ୍ୟ ପାଲଟିଛି ଉତ୍ତରାଖଣ୍ଡ ।

Get real time updates directly on you device, subscribe now.