fbpx

“ବିନ ବୁଲାୟେ ମେହମାନ”- ଅନନ୍ତ – ରାଧିକାଙ୍କ ବିବାହରେ ବିନା ନିମନ୍ତ୍ରଣରେ ପସିଲେ ଦୁଇ ବ୍ୟକ୍ତି, ପୁଲିସର କାର୍ଯ୍ୟାନୁଷ୍ଠାନ

ଓଡିଶା ଭାସ୍କର: ଦେଶର ସର୍ବଶ୍ରେଷ୍ଠ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଲାଡଲା ଅନନ୍ତ ଅମ୍ବାନୀଙ୍କ ବିବାହ ଜିଓ ୱାର୍ଲଡ ସେଣ୍ଟରରେ ହୋଇଛି । ୧୨ ଜୁଲାଇରେ ଅନନ୍ତ ରାଧିକାଙ୍କୁ ବିବାହ କରିଥିଲେ । ସେପଟେ ୧୩ ଜୁଲାଇରେ ନବ ଦମ୍ପତିଙ୍କ ଶୁଭ ଆଶୀର୍ବାଦ ଉତ୍ସବ ରଖାଯାଇଥିଲା । ଏହି ଉତ୍ସବରେ ଦେଶ ବିଦେଶର ପ୍ରସିଦ୍ଧ ଲୋକଙ୍କ ସମାଗମ ହୋଇଥିଲା । ଲାଗୁଥିଲା ସ୍ୱର୍ଗରେ ବି ଏମିତି ବିବାହ ହୋଇ ନ ଥିବ । ମାତ୍ର ବିବାହରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ।

ଏହି ରୋଚକ ଘଟଣାଟି ହେଉଛି, ବିନା ନିମନ୍ତ୍ରଣରେ ୨ ଜଣ ବ୍ୟକ୍ତି ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ସେମାନଙ୍କୁ ପୁଲିସ ଗିରଫ କରି ମାମଲା ରୁଜୁ କରିଛି । ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ୨୬ ବର୍ଷୀୟ ନରସୈୟା ଅଲ୍ଲୁରୀ ଓ ୨୮ ବର୍ଷୀୟ ମୋହମ୍ମଦ ଶଫି ଶେଖ । ନରସୈୟା ଜଣେ ୟୁଟୁବର ହୋଇଥିବାବେଳେ ମୋହମ୍ମଦ ଜଣେ ବ୍ୟବସାୟୀ ଅଟନ୍ତି ।
ଏହି ଦୁଇ ଆରୋପୀଙ୍କ ନାମରେ ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି ପୁଲିସ । ଉଭୟ ଦୋଷୀ ଆନ୍ଧ୍ରପ୍ରଦେଶରୁ ମୁମ୍ବାଇ ଆସିଥିଲେ ଅନନ୍ତ ଓ ରାଧିକାଙ୍କ ବିବାହରେ ଯୋଗ ଦେବା ପାଇଁ । ସେମାନଙ୍କୁ ପୁଲିସ ଏବେ ରିହା କରିଛି । ତେବେ ଏ ଦୁଇ ଜଣଙ୍କୁ ଦେଖି ସମସ୍ତେ ଏବେ କହୁଛନ୍ତି ଅମ୍ବାନୀ ଘରର ବିବାହର ‘ବିନ ବୁଲାୟେ ମେହମାନ’ ।

Get real time updates directly on you device, subscribe now.