fbpx

କେନ୍ଦ୍ର ବଜେଟ୍ ୨୦୨୧-୨୨ରେ କ’ଣ ରହିଛି ପରିବହନ ଯୋଜନା?

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ପରିବହନ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ଅବସରରେ କହିଛନ୍ତି ଯେ, ଦେଶରେ ପବ୍ଲିକ ବସ୍ ପାଇଁ ୧୮ ହଜାର କୋଟି ବ୍ୟୟ ବରାଦ କରାଯାଇଛି । ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡ଼ୁରେ ପରିବହନ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ଘୋଷଣା କରାଯାଇଛି । ପଶ୍ଚିମବଙ୍ଗରେ ନୂଆ ସଡ଼କ ନିର୍ମାଣ ପାଇଁ ୨୫ ହଜାର କୋଟି ଘୋଷଣା କରାଯାଇଛି । ଆଗାମୀ ବର୍ଷ ୮ ହଜାର ୫ ଶହ କିଲୋମିଟର ବିଶିଷ୍ଟ ସଡ଼କ ପ୍ରକଳ୍ପ ନିର୍ମାଣ କରିବାକୁ ଗୁରୁତ୍ୱ ଦିଆଯିବ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟରେ ରେଳବାଇ, ଏନଏଚଆଇ, ବିମାନବନ୍ଦର ପ୍ରାଧିକରଣ ଆଦି ସଂସ୍ଥାମାନେ ସେମାନେ ନିଜ ନିଜ ବିଭାଗରେ ଅନେକ ପ୍ରକଳ୍ପ ପାସ କରାଇବାର କ୍ଷମତା ପାଇବେ । ଏହି ବଜେଟରେ ପରିବହନ ମନ୍ତ୍ରାଳୟ ପାଇଁ ୧.୧୮ ଲକ୍ଷ କୋଟି ବ୍ୟୟ ବରାଦ କରାଯାଇଛି । ଅର୍ଥମନ୍ତ୍ରୀ ବଜେଟରେ ଯାନବାହାନ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୂଆ ନୀତି ଅନୁଯାୟୀ, ୧୫ ବର୍ଷରୁ ଅଧିକ ପୁରୁଣା ବ୍ୟବସାୟିକ ଯାନ ଓ ୨୦ ବର୍ଷରୁ ଅଧିକ ପୁରୁଣା ବ୍ୟକ୍ତିଗତ ଯାନକୁ ବଦଳା ଯାଇପାରିବ । ଏହି ନୀତି ଦ୍ୱାରା ପରିବେଶ ପ୍ରଦୂଷଣ କମିବା ସହ ତୈଳ ଆମଦାନୀ ମଧ୍ୟ ହ୍ରାସ ପାଇବ । । ପରବର୍ତ୍ତୀ ସମୟରେ ଯାନବାହାନ ନୀତି ସମ୍ପର୍କରେ ଔପଚାରିକ ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.