fbpx
BSKY
BJD MC SKY
BJD MS SKY

ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର; ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତା ଅଗଷ୍ଟ ୧୭ ତାରିଖ (ଗୁରୁବାର)ରେ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ଆୟୋଜିତ ନାସନାଲ ଚାଟାର୍ଡ ଆକାଉଣ୍ଟସ କନଫରେନ୍ସକୁ ଉଦ୍ଘାଟନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ଗସ୍ତରେ ଅର୍ଥମନ୍ତ୍ରୀ ଆସି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଆଇସିଏଆଇ ଭୁବନେଶ୍ୱର ଅଧ୍ୟକ୍ଷ ପ୍ରଦୀପ ସାହୁ ସୂଚନା ଦେଇ କହିଛନ୍ତି, ପ୍ରଧମ ଦିନ ଉଦ୍ଘାଟନ ପରେ ଶେଷ ଦୁଇ ଦିନ ଜିଏସଟି ଏବଂ ଅଡିଟିଂ ଉପରେ ଆଲୋଚନା ହେବ ।

ସୂଚନା ଅନୁଯାୟୀ, ଏହି କନଫରେନ୍ସ ଅଢେଇ ଦିନ ଚାଲିବ । କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ତିନିଆ ଦିନିଆ କନଫରେନ୍ସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି

Get real time updates directly on you device, subscribe now.