fbpx

ଖୁସିରେ ଝୁମିବେ କେନ୍ଦ୍ର କର୍ମଚାରୀ: ଜୁନ ୪ ପରେ ବଡ଼ ଘୋଷଣା କରିବେ କେନ୍ଦ୍ର ସରକାର!

Advertisement

ନୂଆଦିଲ୍ଲୀ: ଦେଶରେ ଏବେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ୭ଟି ପର୍ଯ୍ୟାୟରେ ଜାରି ରହିଛି । ଏହା ମଧ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ସରିଯାଇଥିବା ବେଳେ ଆଗକୁ ଆଉ ୩ଟି ପର୍ଯ୍ୟାରେ ଭୋଟରମାନେ ମତଦାନ କରିବେ । ତେବେ ଜୁନ ୧ ତାରିଖରେ ମତଦାନ ସରିବା ପରେ ଜୁନ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ଏହା ପରେ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ଜୁଲାଇ ପହିଲାରୁ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାର ସମ୍ଭାବନା ରହିଛି ।

ଖବର ମୁତାବକ, କେନ୍ଦ୍ର ସରକାର କର୍ମଚାରୀଙ୍କର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି । ଏହାଫଳରେ ପେନସଧାରୀଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ । ପୂର୍ବ ପ୍ୟାଟର୍ଣ୍ଣ ମୁତାବକ, ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ମହଙ୍ଗା ଭତ୍ତାର ଘୋଷଣା ସେପ୍ଟେମ୍ବର ବା ଅକ୍ଟୋବର ମାସରେ କରିଆସିଛନ୍ତି । ୭ମ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ପ୍ରତି ଛଅ ମାସରେ ଥରେ ଏହା ବୃଦ୍ଧି ଘୋଷଣା କରାଯାଇଥାଏ ।

ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଜାନୁଆରୀ ଠାରୁ ଜୁନ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ମହଙ୍ଗା ଭତ୍ତା (ଡିଏ) ଓ ଡିଆରକୁ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ଫଳରେ କେନ୍ଦ୍ର କର୍ମଚାରୀଙ୍କର ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚି ଯାଇଥିଲା । କର୍ମଚାରୀ ଓ ପେନସନଧାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଥିଲା । ଡିଏ ୫୦ ପ୍ରତିଶତରେ ପହଞ୍ଚିବା ପରେ କର୍ମଚାରୀଙ୍କ ବେତନ ଷ୍ଟ୍ରକଚରରେ ପରିବର୍ତ୍ତନ ହୋଇଥିଲା । ଘର ଭଡ଼ା ଭତ୍ତା (ଏଚଆରଏ)ରେ ମଧ୍ୟ ବୃଦ୍ଧି ଘଟିଥିଲା ।

Get real time updates directly on you device, subscribe now.