fbpx

କେନ୍ଦ୍ର ସରକାର ପ୍ରକାଶ କଲେ ବିଜ୍ଞପ୍ତି: ଅନୁବାଦ ଜାଣିଥିଲେ କରିପାରିବେ ସରକାରୀ ଚାକିରି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଯଦି ଆପଣମାନେ ଅନୁବାଦ ଜାଣିଥିବେ ତେବେ ଏହି ଚାକିରି ଆପଣଙ୍କୁ ମିଳିପାରିବ । କେନ୍ଦ୍ର ସରକାରଙ୍କ କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ କନିଷ୍ଠ ହିନ୍ଦି ଅନୁବାଦକ, କନିଷ୍ଠ ଅନୁବାଦକ, ବରିଷ୍ଠ ହିନ୍ଦି ଅନୁବାଦକ ଓ ବରିଷ୍ଠ ଅନୁବାଦକ ପଦ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୩୦୭ଟି ପଦ ଖାଲି ରହିଛି । ପ୍ରାର୍ଥୀମାନେ ହିନ୍ଦି କିମ୍ବା ଇଂରାଜୀରେ ମାଷ୍ଟର ଡିଗ୍ରୀ କରିବା ସହିତ ଯେ କୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ହିନ୍ଦିରୁ ଇଂରାଜୀ ଓ ଇଂରାଜୀରୁ ହିନ୍ଦି ଅନୁବାଦର ଡିପ୍ଲୋମା ବା ସାର୍ଟିଫିକେଟ କୋର୍ସ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ସର୍ବନିମ୍ନ ୧୮ ବର୍ଷ ଓ ସର୍ବାଧିକ ୩୦ ବର୍ଷ ହୋଇଥିବ । ଚଳିତ ବର୍ଷ ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଏସଟି / ଏସଟି /ଓବିସି /ପିଏଚ / ଏକ୍ସ-ସର୍ଭିସମେନଙ୍କ କ୍ଷେତ୍ରରେ ସରକାରୀ ନିୟମ ଅନୁଯାୟୀ ବୟସ କୋହଳ କରାଯିବ ।

ଅଗଷ୍ଟ ମାସ ୨୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୧୨ ତାରିଖରେ ସମାପ୍ତ ହେବ । ଏହା ପରେ ୧୩ରୁ ୧୪ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ଫର୍ମ ଓ ଅନଲାଇନ୍ ପେମେଣ୍ଟ ସଂଶୋଧନ କରିପାରିବେ । ଅକ୍ଟୋବର ମାସରେ ସିବିଟି ମୋଡ଼ରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତ୍ୟେକ ପୋଷ୍ଟ ପାଇଁ ପଦବୀ ସଂଖ୍ୟା ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://ssc.nic.in/

ନୋଟିଫିକେସନ ଲିଙ୍କ: https://ssc.nic.in/SSCFileServer/PortalManagement/UploadedFiles/FINAL_NOTICE_JHT_2023_22082023.pdf

Get real time updates directly on you device, subscribe now.