fbpx

ବିଜେଡିକୁ ତେରଛା ବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ: କହିଲେ ଦମ୍ ଅଛି ତ ଗିରଫ କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଗତମାସ ୨୧ ତାରିଖରେ ମନ୍ତ୍ରୀ ଦୁଇଜଣ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଟୁଡୁ ଏହି ଘଟଣାକୁ ଖଣ୍ଡନ କରିବା ସହ ଆଗକୁ ନିର୍ବାଚନ ଥିବାରୁ ତାଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଥିବା କହିଥିଲେ । ପୋଲିସ ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।

ତେବେ ଏଭଳି ସ୍ଥିତିରେ ଟୁଡୁଙ୍କର ଏକ ବୟାନ ପୁଣି ଚର୍ଚ୍ଚାକୁ ଆସିଛି । ସେ କହିଛନ୍ତି ଯେ, ପୋଲିସ ଯଦି ମୋତେ ଗିରଫ କରେ ତେବେ ବିଜେପିକୁ ଆଉ ପ୍ରଚାର କରିବାକୁ ପଡ଼ିବନି । ଶହେରୁ ଶହେ ଲୋକ ଆମକୁ ସମର୍ଥନ କରିବେ । ଫଳରେ ଆମେ ବିନା ପରିଶ୍ରମରେ ଜିଲ୍ଲାର ୫୬ଟି ଯାକ ଜିଲ୍ଲା ପରିଷଦ ଆସନକୁ ପୋଛିନେବୁ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀ ଟୁଡୁ ଗତ ଦୁଇଦିନ ଧରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ନିର୍ବାଚନୀ ପ୍ରଚାର ସମୟରେ ଶ୍ରୀ ଟୁଡୁ ପରୋକ୍ଷ ଭାବରେ ଶାସକ ବିଜେଡିକୁ କଟାକ୍ଷ କରିଛନ୍ତି । ପୋଲିସ ମାଡ଼ମରା ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଭୟରେ କେନ୍ଦ୍ରମନ୍ତ୍ରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

Get real time updates directly on you device, subscribe now.