fbpx

‘ମେରି ମାଟି, ମେରା ଦେଶ’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ନେହରୁ ଯୁବକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ‘ମେରି ମାଟି, ମେରା ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତଃ ସାରଙ୍ଗଧର ଦାସଙ୍କ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ସ୍ମୃତିସ୍ତମ୍ଭ ପରିସରରୁ ଅମୃତବାଟିକା ପାଇଁ ଅମୃତ କଳସରେ ପବିତ୍ର ମାଟି ସଂଗ୍ରହ କରିଛନ୍ତି ।

ଏହି ଅବସରରେ ସେ ‘ମେରି ମାଟି, ମେରା ଦେଶ’ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଦେଶକୁ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ । ଏଥିପାଇଁ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।

ଶ୍ରୀ ପ୍ରଧାନ କହିଛନ୍ତି, ହରେକୃଷ୍ଣପୁର ଗ୍ରାମରେ ଗଡ଼ଜାତ ଗାନ୍ଧୀ ନାମରେ ପରିଚିତ ଥିବା ସ୍ୱର୍ଗତଃ ସାରଙ୍ଗଧର ଦାସଙ୍କ ଜୟନ୍ତୀ ଅବସରରେ ଏକ ଡାକଟିକଟ୍‍ ଜାରି କରିବାକୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଛି । ଏହା ସହ ତାଙ୍କର ଏକ ପୂର୍ଣ୍ଣ ବୟାବମୂର୍ତ୍ତି ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.