ୱକଫ୍ ସଂଶୋଧନ ବିଲ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା, କହିଲେ- ଗରିବ ମୁସଲିମମାନଙ୍କ..

ୱକଫ୍ ସଂଶୋଧନ ବିଲ୍‌, ସାମ୍ନାକୁ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ୱକଫ୍ ସଂଶୋଧନ ବିଲ୍‌କୁ ନେଇ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ୱକଫ୍ ନାଁରେ ଗରିବ ମୁସଲିମମାନଙ୍କ ଶୋଷଣ କରାଯାଉଥିଲା। ଏ ନେଇ ବର୍ତ୍ତମାନ ସରକାର ପାରଦର୍ଶିତା ଦେଖାଇଛନ୍ତି।

ସେ ଆହୁରି କହିଛନ୍ତି, “ଲୋକସଭା ଓ ରାଜ୍ୟସଭାରେ ନୂଆ ଆଇନ ପ୍ରଣୟନ ହୋଇଛି। କେବଳ ବିଜେଡି ନୁହେଁ ଅନ୍ୟଦଳ ମତ ବଦଳାଇ ନିଜର ମତ ଦେଇଛନ୍ତି। ପରମ୍ପରାଗତ ମତ ବଦଳାଇ ମାନବବାଦୀ ସୁଧାର ଭାବେ ମତ ଦେଇଛନ୍ତି।”