fbpx

ବିବାଦରେ ନିଶୀଥ ପ୍ରମାଣିକ, ଜନ୍ମସ୍ଥାନକୁ ନେଇ ଉଠିଲା ପ୍ରଶ୍ନ

Advertisement

ନୂଆଦିଲ୍ଲୀ: ବିବାଦରେ ମୋଦୀ କ୍ୟାବିନେଟର ସର୍ବକନିଷ୍ଠ ମନ୍ତ୍ରୀ। ୩୫ ବର୍ଷ ବୟସରେ ମନ୍ତ୍ରୀ ହୋଇ ଚର୍ଚ୍ଚାରେ ଥିବା ନିଶୀଥ ପ୍ରମାଣିକଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ଦେଖାଯାଇଛି। ଏକ ଫେସବୁକ୍‌ ପେଜରେ ଦାବି କରାଯାଇଛି ଯେ ନିଶୀଥ ବାଂଲାଦେଶର ଗାଇବନ୍ଧ ଅଞ୍ଚଳର। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

‘ପୂଜାର ମେଲା’ ନାମକ ଏକ ଫେସବୁକ୍‌ ପେଜର ଏକ ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ନିଶୀଥ ପ୍ରମାଣିକ ବାଂଲାଦେଶର ଗାଇବନ୍ଧ ଜିଲ୍ଲାର ହରିନାଥପୁର ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଲେଖାଯାଇଛି। ଯାହାକୁ ନେଇ ବେଙ୍ଗଲ ରାଜନୀତି ସରଗରମ। ଟିଏମସି ନେତା ପାର୍ଥ ପ୍ରତୀମ ରୟ ପ୍ରମାଣିକଙ୍କ ପରଚିୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି ଯେ, ନିଶୀଥ ପ୍ରମାଣିକ ଭାରତରେ ନା ବାଂଲାଦେଶରେ ଜନ୍ମ ଗ୍ରହଣ କରିଛନ୍ତି ସେ ନେଇ ପ୍ରତିକ୍ରିୟା ରଖିବା ଉଚିତ୍। ଏଥିସହିତ ଯଦି ଏହି ଭାଇରାଲ ପୋଷ୍ଟଟି ଭୁଲ୍‌ ହୋଇଥାଏ ତେବେ ଫେସବୁକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନ୍ତୁ ବୋଲି ଶ୍ରୀ ରୟ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରମାଣିକ ନିଜ ଦମରେ ୨୦୧୯ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସର ଦମଦାର ପ୍ରାର୍ଥୀ ପରେଶ ଚନ୍ଦ୍ର ଅଧିକାରୀଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ। ଏବେ ତାଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସବୁଠୁ ବଡ଼କଥା ହେଲା କୁଚବିହାର ଆସନରୁ ପ୍ରଥମ ଥର କୌଣସି ସାଂସଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି।

viral facebook post on nisith pramanik

Get real time updates directly on you device, subscribe now.