fbpx

କେନ୍ଦ୍ରମନ୍ତ୍ରୀଙ୍କ ସଡକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଜିତିନ ପ୍ରସାଦ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ମନ୍ତ୍ରୀଙ୍କ କାର୍‌ ଯିବା ସମୟରେ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜିତିନ, ତାଙ୍କ ରୋଷେୟା ଏବଂ ବେସରକାରୀ ସଚିବଙ୍କ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ କାର୍‌ଟି ଦ୍ରୁତ ଗତିରେ ଯାଉଥିଲା, ସେଥିପାଇଁ ଏକ ଶକ୍ତ ଧକ୍କା ଲାଗି ଚୂର୍‌ମାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡିକୁ ଘଟଣାସ୍ଥଳରେ ଛାଡି ଦେଇ ମନ୍ତ୍ରୀ ଅନ୍ୟ ଏକ ଗାଡିରେ ତାଙ୍କ ନିର୍ଦ୍ଧାରିତ କାର୍ୟ୍ୟକ୍ରମକୁ ପଳାଇଯାଇଥିଲେ।

 

Get real time updates directly on you device, subscribe now.