ଭୁବନେଶ୍ବର:ଆଜିକା ସମାଜରେ କେହି କାହାର ନୁହନ୍ତି । ସ୍ବାର୍ଥ ପାଇଁ ରକ୍ତ ସମ୍ପର୍କ ମଧ୍ୟ ଫିକା ପଡିଯାଇଥାଏ । ହେଲେ ଏଭଳି ସ୍ଥିତିରେ ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ପଶୁଙ୍କ ପାଖରେ ହାର ମାନିଛି ମଣିଷ ମଣିଷ ଭିତରେ ଥିବା ସ୍ୱାର୍ଥର ବନ୍ଧୁତା । କଥା କହିବାର ଶକ୍ତି ଏମାନଙ୍କ ପାଖରେ ନଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସୁନ୍ଦର ଭାବନାର ଆଦାନ ପ୍ରଦାନ ହେଉଛି । ଏହି ଭିଡିଓ ବର୍ତ୍ତମାନ ସମାଜ ପାଇଁ ଏକ ଉଦାହରଣ ବୋଲି କୁହାଯାଇପାରେ ।
କୁକୁଡା ଏବଂ ଛେଳି ଦୁଇଟି ସାଙ୍ଗ ଭଳି ମନେହେଉଛି । ଏମାନେ ଏକାଠି ଖାଇବା ସହିତ ଏକାଠି ବସବାସ କରନ୍ତି । ନିରୀହ ନିଷ୍ପାପ ମନରେ ଜଣେ ଅନ୍ୟକୁ ଯେତେବେଳେ ପ୍ରିୟ ସାଙ୍ଗ ଭାବରେ ଆପଣନେଇ ନେଇଛନ୍ତି ସାଥ ଛାଡ଼ିବେ ବା କେମିତି । ଖାଲି ସେତିକି ନୁହେଁ କୁକୁଡ଼ାଟି ସାଙ୍ଗର ଛୁଆକୁ ବି ବେଶ ଭଲପାଇବା ଦେଉଥିବା ଦେଖାଯାଇଛି । ଘଡ଼ିଏ ନଦେଖିଲେ ଦୁହେଁ ଦୁହିଁଙ୍କୁ ପାଗଳ ପରି ଖୋଜନ୍ତି । ଯଦି ବର୍ତ୍ତମାନର ସମାଜ କଥା ଦେଖିବା ତାହେଲେ ବନ୍ଧୁତାରେ ପୂର୍ଣ୍ଣଛେଦ ପଡିଲେ ବେଳେବେଳେ ରକ୍ତର ନଦୀ ମଧ୍ୟ ବୋହି ଯାଇଥାଏ । ଅନୁଗୁଳ ଜିଲ୍ଲା ସରଧାପୁର ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଏମାନଙ୍କର ମାଲିକ ହେଉଛନ୍ତି ପ୍ରତାପ ନାୟକ । ଦୁହିଁଙ୍କ ବନ୍ଧୁତକୁ ସମ୍ମାନ ଦେଇ ମାଲିକ ପ୍ରତାପ ବି କେବେ ଚେଷ୍ଟା କରି ନାହାନ୍ତି ଦୁହିଁଙ୍କୁ ଅଲଗା କରିବାକୁ । ଦୁହିଁଙ୍କୁ ଏକାଠି ଖାଇବାକୁ ଦିଅନ୍ତି ଆଉ ଏକାଠି ରହିବାକୁ ମଧ୍ୟ ଦିଅନ୍ତି । ପ୍ରତାପ ହିଁ ସାଜିଛନ୍ତି ଦୁହିଁଙ୍କ ଭିତରେ ଥିବା ବନ୍ଧୁତାର ମାଧ୍ୟମ । ତେବେ କୁକୁଡ଼ା ଆଉ ଛେଳି ମଧ୍ୟରେ ଏମିତି ନିକଟତା ଦେଖିବାକୁ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି ।