fbpx

ପ୍ରେମିକ ସହ ୩ ଛୁଆର ମା’ ଫେରାର: କହିଲେ- ‘Sorry ପୁଅ… ମୁଁ ଆଉ କାହାକୁ ଭଲ ପାଉଛି’

Advertisement

ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିୟାରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯେଉଁଠାରେ ୩ ଛୁଆର ମା’କୁ ୨ ପିଲାଙ୍କ ବାପା ସହିତ ପ୍ରେମ ହୋଇଛି । ଦୁହିଁଙ୍କର ପ୍ରଥମରୁ ହିଁ ଜୀବନସାଥୀ ଥିବା ସତ୍ତ୍ୱେ ସେମାନେ ପରସ୍ପର ପ୍ରେମରେ ପଡ଼ିଥିଲେ ।

ଦିନେ ମହିଳା ଘର ଛାଡ଼ି ଚାଲିଯାଉଥିବା ବେଳେ ସ୍ୱାମୀ ତାଙ୍କୁ ବୁଝାଇଥିଲେ, ଫଳରେ ସେ ଯାଇନଥିଲେ । କିନ୍ତୁ ସ୍ୱାମୀ ବାହାରକୁ ଯିବା ମାତ୍ରେ ସେ ଘର ଛାଡ଼ି ଯିବାକୁ ଲାଗିଥିଲେ । ମା’କୁ ଯାଉଥିବା ଦେଖି ୩ ପୁଅ କାନ୍ଦିବାକୁ ଲାଗିଥିଲେ । ମା’ ଜଣକ ମଧ୍ୟ ତାଙ୍କୁ ଅନେକ ବୁଝାସୁଝା କରି କହିଥିଲେ ଯେ, ‘ପୁଅ ମୋତେ କ୍ଷମା କର । ତୁମେ ୩ ଜଣ ଠିକରେ ରୁହ । ନିଜ ପିତାଙ୍କର ବି ଧ୍ୟାନ ରଖିବ । ମୁଁ ଆଉ କାହାକୁ ଭଲ ପାଉଛି । ମୁଁ ତା ସହ ହିଁ ଯାଉଛି ।’ ମହିଳା ପ୍ରେମିକ ମଧ୍ୟ ୨ ଛୁଆଙ୍କ ପିତା ।

ମିଳିଥିବା ସୂଚନା ଅନୁସାରେ, ପୂର୍ଣ୍ଣିୟା ଜିଲ୍ଲାର ମୋହନପୁର ଓପୋ ଅଞ୍ଚଳର ୩ ଛୁଆଙ୍କ ମା ୨ ପିଲାଙ୍କ ପିତାଙ୍କ ସହ ଫେରାର ହୋଇଛନ୍ତି । ପତ୍ନୀଙ୍କୁ ଫେରାଇ ଆଣିବାକୁ ପୀଡିତ ପତି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ମଧ୍ୟ ମାମଲାର ଛାନଭିନ୍ କରୁଛି ।

 

Get real time updates directly on you device, subscribe now.