fbpx

ଆଫଗାନିସ୍ତାନରେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ; ପୁଅ ଝିଅଙ୍କ ମଝିରେ ଲାଗିଲା ପରଦା

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଦେଶରେ ପ୍ରଥମ ଥର ପାଇଁ ଶିକ୍ଷାଦାନ ଆରମ୍ଭ କରାଯାଇଛି । ସୋମବାର ଠାରୁ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରାଯାଇଥିବା ବେଳେ ପୁରୁଷ ଏବଂ ମହିଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପରଦା ଟଣାଯାଇ ପାଠ ପଢା ହେଉଛି । କ୍ଲାସରୁମରେ ପାଠ ପଢା ଯାଉଥିବା ବେଳେ ମଝିରେ ପରଦା ଟଣାଯିବାର ଫଟୋ ସବୁ ବେଶ ଭାଇରାଲ ହୋଇଛି ।
ଏହା ପୂର୍ବରୁ ମହିଳାଙ୍କ ପାଇଁ ତାଲିବାନ ପକ୍ଷରୁ ଏକାଧିକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ବିଭିନ୍ନ ଘରୋଇ ବିଶ୍ୱ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଆଫଗାନୀ ମହିଳାଙ୍କୁ ଆବୟା ରୋବ(ବୁର୍ଖା) କିମ୍ବା ନକାବ ପିନ୍ଧିବାକୁ ପଡିବ ବୋଲି କୁହାଯାଇଥିଲା । ତାଲିବାନର ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଛାତ୍ରୀ ମାନେ କେବଳ ମହିଳା ଶିକ୍ଷୟିତ୍ରୀଙ୍କ ଠାରୁ ଶିକ୍ଷାଗ୍ରହଣ କରି ପାରିବେ । ଯଦି ଏହା ସମ୍ଭବ ନ ହୁଏ ତେବେ ଜଣେ ବୟସ୍କ ଏବଂ ଉତ୍ତମ ଚରିତ୍ରର ପୁରୁଷ ଶିକ୍ଷକଙ୍କ ନିକଟରୁ ମହିଳା ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରି ପାରିବେ । ଏହା ସହିତ ସମସ୍ତ କଲେଜ ଗୁଡିକରେ ପୁରୁଷ ଏବଂ ମହିଳା ବିଦ୍ୟାର୍ଥୀଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ରଖାଯିବ । ଏହା ସହିତ ପୁରୁଷ ମାନେ କଲେଜ ନ ଛାଡିବା ଯାଏଁ ମହିଳାଙ୍କୁ ୱେଟିଂ ରୁମରେ ଅପେକ୍ଷା କରିବାକୁ ପଡିବ ବୋଲି ନିୟକ କରାଯାଇଛି ।

Get real time updates directly on you device, subscribe now.