fbpx

Airtelର ସୁପରହିଟ ପ୍ଲାନ: ଅନଲିମିଟେଡ ଡାଟା ସହ OTT ଏବଂ Freeର କଲିଙ୍ଗର ମିଳିବ ସୁବିଧା

ଓଡିଶା ଭାସ୍କର: ନିଜ ୟୁଜରମାନଙ୍କୁ ବାନ୍ଧି ରଖିବା ପାଇଁ ଅନେକ ଶସ୍ତା ଏବଂ ଦମଦାର ଅଫର ପ୍ଲାନ କରୁଛି ଲୋକପ୍ରିୟ ଟେଲିକମ ନେଟୱାର୍କ Airtel । ପ୍ରିପେଡ ସହିତ ପୋଷ୍ଟ ପେଡ ପ୍ଲାନା ଗୁଡିକ ଉପରେ ମଧ୍ୟ ଧ୍ୟାନ ଦେଇଛି କମ୍ପାନୀ । ଏହି ପ୍ଲାନ ଗୁଡିକ ଦ୍ୱାରା ୟୁଜର୍ସମାନେ ବିଭିନ୍ନ ସୁବିଧାର ଲାଭ ଉଠାଇ ପାରନ୍ତି । ତେବେ ଏସବୁ ପରେ କମ୍ପାନୀ ଏକ ଏମିତି ସର୍ଭିସ ଅପର କରୁଛି ଯେଉଁଥିରେ ୟୁଜର୍ସମାନଙ୍କୁ ଅନଲିମିଟେଡ ଡାଟା, କଲିଙ୍ଗ ଫ୍ୟାସିଲିଟି ଏବଂ ଟିଭି । ସମସ୍ତ ପ୍ରକାର ସୁବିଧା ପାଇ ପାରିବେ ୟୁଜର ।

ଜିଓ ଫାଇବର ପରି Airtel Black ମଧ୍ୟ ଏକ ପ୍ଲାନ ଆଣିଛି । ଏହି ପ୍ଲାନରେ ୟୁଜର୍ସମାନଙ୍କୁ ଅନଲିମିଟେଡ ଡାଟା, କଲିଙ୍ଗ ସୁବିଧା ଏବଂ ଟିଭି ଚ୍ୟାନେଲ ଗୁଡିକୁ ସବସ୍କ୍ରିପସନ ମିଳିଥାଏ । ଏହାବ୍ୟତୀତ ଓଟିଟି ଆପ୍ସ ଗୁଡିକର ସବସ୍କ୍ରିପ୍ସନ ମଧ୍ୟ ଏହି ପ୍ଲାନ ସହିତ ଉପଲବ୍ଧ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ ସମ୍ବନ୍ଧରେ । ଏହି ପ୍ଲାନ ୬୯୯ ଟଙ୍କାରୁ ଆରମ୍ଭ ହେଉଛି । ଏଥିରେ ୟୁଜର୍ସଙ୍କୁ ୪୦Mbps ସ୍ପିଡର ଅନଲିମିଟେଡ ଡାଟା ମିଳିଥାଏ । ଏହାସହିତ ଫ୍ରି କଲିଙ୍ଗର ସୁବିଧା ମଧ୍ୟ ପାଇପାରିବେ ୟୁଜର୍ସ ।

ତେବେ ଏହି ସୁବିଧା ମୋବାଇଲ ନୁହେଁ, ବରଂ କେବଳ ଲାଣ୍ଡଲାଇନରେ ହିଁ ଉପଲବ୍ଧ ରହିଥାଏ । ଏୟାରଟେଲ ବ୍ଲାକର ଏହି ପ୍ଲାନ ସହିତ ୟୁଜର୍ସଙ୍କୁ ୩୦୦ ଟଙ୍କାର ଟିଭି ଚ୍ୟାନେଲର ଅନୁମତି ମିଳିପାରିବ । ଏସବୁ ପରେ ମଧ୍ୟ ଓଟିଟି ପ୍ଲାଟଫର୍ମକୁ ମଧ୍ୟ ଆକ୍ସେସ ପାଇପାରିବେ ୟୁଜର୍ସ । ଏହି ପ୍ଲାନରେ ୟୁଜର୍ସଙ୍କୁ Disney+ Hotstar ସବସ୍କ୍ରିପ୍ସନ ମଧ୍ୟ ଉପଲବ୍ଧ ହୋଇପାରିବ । ତା ଛଡା Airtel Xstreamର ମଧ୍ୟ ଆକ୍ସେସ ପାଇବେ ୟୁଜର, ଯେଉଁଥିରେ ଓଟିଟଇ ପ୍ଲାଟର୍ଫମର କଣ୍ଟେଣ୍ଟ ଉପଲବ୍ଧ ରହିବ ।

Airtel Xstream ଆପରେ ୟୁଜର୍ସମାନଙ୍କୁ Sony LIV, Ultra, Lionsgate ସମେତ ୧୨ଟି ଡଟିଟି ପ୍ଲାଟଫର୍ମର କଣ୍ଟେଣ୍ଟ ମିଳିପାରିବ । ତେବେ ଆପଣ ଯଦି ଘର ପାଇଁ କୌଣସି ପ୍ଲାନ ଚାହୁଁଛନ୍ତି, ତେବେ ଏୟାରଟେଲର ବେସିକ ପ୍ଲାନ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.