fbpx

ମହାନତା ଦେଖାଇଲେ ଭାରତୀୟ ଯବାନ, ୩ ବର୍ଷର ପାକିସ୍ତାନୀ ଝିଅକୁ ପଠାଇଲେ ନିଜ ଦେଶକୁ

ନୂଆଦିଲ୍ଲୀ: ପୁଣି ଥରେ ଭଲପାଇବାର ବାର୍ତ୍ତା ବାଣ୍ଟିଲା ଭାରତ । ପାକିସ୍ତାନରୁ ଚାଲି ଆସିଥିବା ୩ ବର୍ଷର ଶିଶୁକୁ ଫେରାଇଲେ ଭାରତୀୟ ଯବାନ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ଖେଳୁ ଖେଳୁ କୁନି ଛୁଆଟି ଭାରତୀୟ ସୀମାକୁ ଭୁଲରେ ଚାଲିଆସିଥିଲା । ଆଉ ଏହି ପିଲାଟିକୁ ପୁଣି ଥରେ ତା’ର ବାପା ମା’ଙ୍କ ପାଖକୁ ପଠାଇବା ପ୍ରୟାସ କରି ସଫଳ ହୋଇଥିଲେ ଭାରତୀୟ ଯବାନ ।

ଏହି ଘଟଣାଟି ପଞ୍ଜାବର ତରନତାରନରେ ଦେଖିବାକୁ ମିଳିଛି । ଫିରୋଜପୁର ସେକ୍ଟରର ତରନତାରନ ବର୍ଡର ପାଖରେ ଏକ ତିନି ବର୍ଷର କୁନି ଛୁଆଟି ହଠାତ ଭାରତୀୟ ସୀମାକୁ ଆସିଯାଇଥିଲା । ସେହି ସମୟରେ ଭାରତୀୟ ବିଏସଏଫ ଯବାନମାନେ ଛୁଆଟିକୁ ଦେଖି ସତର୍କ ହୋଇଯାଇଥିଲେ ଏବଂ ତୁରନ୍ତ ସେମାନେ ଉଦ୍ଧାର କରିଥିଲେ । ଆଖପାଖରେ କାହାକୁ ଦେଖିବାକୁ ନପାଇ ପିଲାଟିକୁ ଯବାନମାନେ ନିଜ ହେପାଜତକୁ ନେଇଥିଲେ । ଛୁଆଟିକୁ ପଚାରାଉଚରା କରିଥିଲେ ବି, ଛୁଆଟି ଏତେ ଛୋଟ ଥିବାରୁ କୌଣସି ଉତ୍ତର ଦେଇ ପାରିନଥିଲା । ବାଧ୍ୟ ହୋଇ ଯବାନମାନେ ନିଜର ଉଚ୍ଚାଧିକାରୀମାନଙ୍କୁ ସୂଚନା ଦେଇଥିଲେ ଏବଂ ବିଏସଏଫର ଟିମ୍ ପାକିସ୍ତାନୀ ରେଂଜରଙ୍କ ସହ ସଂପର୍କ କରିଥିଲେ ।

ପାକିସ୍ତାନୀ ରେଞ୍ଜରଙ୍କ ପାଖରୁ ସୂଚନା ପାଇବାପରେ ମଧ୍ୟ ରାତ୍ରରେ ବିଏସଏଫ ଯବାନମାନେ ଛୁଆଟିକୁ ନେଇ ପାକ ରେଂଜର୍ସର୍ଙ୍କୁ ହସ୍ତାନ୍ତର କରାଇଥିଲେ । ପାକ ରେଂଜର୍ସଙ୍କ ସହ ଛୁଆଟିର ବାପା ମଆ ମଧ୍ୟ ରହିଥିଲେ । ଏଭଳି ଏକ ଦୃଶ୍ୟ ସତରେ ଖୁବ୍ ଭାବପୂର୍ଣ୍ଣ ରହିଥିଲା । ଦୁଇ ଦେଶର ଯବାନମାନେ ଏକାଠି ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ରହିଥିଲା, ସେହି ମଧୁର ସଂପର୍କର ତୃପ୍ତିଭରା ହସ । ପାକ୍ ରେଂଜର୍ସ ଭାରତୀୟ ଯବାନଙ୍କୁ ଏଭଳି ଏକ ମହାନତା ପାଇଁ ଧନ୍ୟବାନ ଜଣାଇଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.