fbpx

(Video) ଦୋକାନ ବାହାରେ ଥିଲା ବାଇକ୍, ନିଆଁ ଲାଗଇଦେଲା ଦୁର୍ବୃତ୍ତ, ସିସିଟିଭିରେ କଏଦ…

ବଲାଙ୍ଗୀର: ଦୋକାନ ବାହାରେ ଥିବା ଏକ ବାଇକରେ ନିଆଁ ଲଗାଇଦେଲା ଦୁର୍ବୁତ୍ତ । କିଛି ସମୟ ମଧ୍ୟରେ ପୋଡ଼ି  ନଷ୍ଟ ହୋଇଗଲା ବାଇକ୍ । ଆଉ ଏହି ଘଟଣାର ଭିଡିଓ କଏଦ ହୋଇଛି ଏବେ ସିସିଟିଭିରେ ।

ଏଭଳି ଘଟଣା ଘଟିଛି ବଲାଙ୍ଗୀର କଣ୍ଟାବାଞ୍ଝି ସହରରେ । ଜଣେ ଯୁବକ ମୁହଁରେ ଗାମୁଛା  ବାନ୍ଧି ଆସୁଛି ଏବଂ ଦୋକାନ ବାହାରେ ରଖାଯାଇଥିବା ବାଇକକୁ ନିଆଁ ଲଗାଇ ଜାଳିଦେଉଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଆଉ ଘଟଣା ପରେ ଗାଡି ମାଲି ସ୍ଥାନୀୟ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । କିନ୍ତୁ ଘଟଣାସ୍ଥଳରେ ଏଯାଏଁ ପୋଲିସ ପହଂଚିନଥିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ସିସିଟିଭିରେ ରେକର୍ଡ ହୋଇଥିବା ଭିଡିଓରେ ଦେଖାଯାଉଛି କିପରି ଦୁର୍ବୁତ୍ତ ଜଣକ ଏହି କାମ କରିଛି । ଦୁର୍ବୁତ୍ତ ଜଣକ ପ୍ରଥମେ ଦୋକାନ ପାଖକୁ ଆସି ଠିଆ ହୋଇଥିଲା ଏବଂ ପରେ ସୁଯୋଗ ଦେଖି ବାଇକରେ ନିଆଁ ଲଗାଇଦେଇ ସେଠାରେ ଫେରାର୍ ହୋଇଯାଇଥିଲା । ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏହି ଘଟଣା ଘଟି ଥିବା ବୋଲି ସନ୍ଦେହ କରାଯାଉଛି ।

ଡିଜେ ସାଉଣ୍ଡ  ଦୋକାନ ବାହାରେ ବାଇକ ରଖି ଏକ  ବିବାହ ଉତ୍ସବକୁ ଯାଇଥିଲେ ମାଲିକ । ଆଉ ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କ ବାଇକ ନିଜେ  ଜାଳି ଦେବା ସହ ତାଙ୍କୁ ଫୋନ କରି ଗାଳି ଗୁଲଜ କରିଥିଲେ । ଏହା  ପରେ ବାଇକ ମାଲିକ ଘରକୁ ଆସି ଦେଖିବା ବେଳେ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବାକୁ ଲାଗିଥିବା ବେଳେ ପୋଲିସ ଦୁର୍ବୃତ୍ତ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଛି । ଦେଖନ୍ତୁ ଭିଡିଓ…

 

 

Get real time updates directly on you device, subscribe now.