fbpx
BJD SKY
BJD SKY

କଟକଣା ଭିତରେ କୋଲକାତାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ

BJD

କୋଲକାତା: ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ ଦୋକାନ, ସପିଙ୍ଗ ମଲ୍ ଓ ସପିଙ୍ଗ କଂପ୍ଲେକ୍ସ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିସହିତ ୫୦ ପ୍ରତିଶତ ଷ୍ଟାଫ୍ ରେ ଦିନ ୧୧ଟାରୁୁ ସଂଧ୍ୟା ୬ଟା ଯାଏ ମଲ୍ ଏବଂ କଂପ୍ଲେକ୍ସ ଖୋଲା ରଖିବା ନେଇ ଅନୁମତି ଦିଆଯାଇଛି । ଦିନ ୧୧ଟାରୁ ରାତି ୮ଟା ଯାଏଁ ରେଷ୍ଟୁରାଣ୍ଟ, ବାର୍ ଆଦି ଖୋଲା ରହିବ ।

ଏଥିସହିତ ବିନା ଦର୍ଶକରେ କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ମିଳିଛି । କେବଳ ଜରୁରୀ ସେବା ବ୍ୟତୀତ ସବୁ ଘରୋଇ ଗାଡି ଚଳାଚଳ ବନ୍ଦ ରହିବ । ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରଖାଯିବାକୁ ନିଷ୍ପତି ହୋଇଛି । ସେହିପରି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ରାତି ୯ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ସବୁ ପ୍ରକାରର ଆତଯାତ ବନ୍ଦ ରହିବ ।

Get real time updates directly on you device, subscribe now.