fbpx

ଉନ୍ନାଓ ଦୁଷ୍କର୍ମ, ପୂର୍ବତନ ବିଜେପି ବିଧାୟକ କୂଳଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୧୬ା୧୨: ଉତ୍ତରପ୍ରଦେଶ ଉନ୍ନାଓ ନାବାଳିକାଙ୍କୁ ଅପହରଣ କରିବା ପରେ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପୂର୍ବତନ ବିଜେପି ବିଧାୟକ କୂଳଦୀପ ସିଂହ ସେଙ୍ଗର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତିସହଜାରୀ କୋର୍ଟରେ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେପଟେ ବିଳମ୍ବରେ ଚାର୍ଜସିଟ ଦାଖଲ କରିଥିବାରୁ ସିବିଆଇକୁ ଭର୍ସନା କରିଛନ୍ତି କୋର୍ଟ । ଉନ୍ନାଓ ମୋଟ ୫ମାମଲାରୁ ଗୋଟିକରେ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୂଳଦୀପଙ୍କୁ ଦଣ୍ଡବିଧାନ ନେଇ ୧୯ ଡିସେମ୍ବର ଶୁଣାଣି ହେବ ବୋଲି ସୂଚନା ମିଳିଛି । ସେପଟେ ସେଙ୍ଗରଙ୍କ ସହଯୋଗୀ ଶଶି ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଜୁନ ୨୦୧୭ରେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିଲା ।

 

Get real time updates directly on you device, subscribe now.