ଭାଙ୍ଗିଯିବ ଶରଦ ପାୱାରଙ୍କ ଏନ୍‌ସିପି! ବିଜେପିକୁ ସମର୍ଥନ ଦେବାକୁ ରାଜଭବନରେ ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଟଚମଟ ଦେଖିବାକୁ ମିଳିପାରେ । ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ କହୁଥିବା ଅଜିତ ପାୱାର ରବିବାର ତାଙ୍କର ବାସଭବନରେ ସମର୍ଥକ ଏବଂ ବିଧାୟକଙ୍କ ସହିତ ବୈଠକ ପରେ ୧୭ ବିଧାୟକଙ୍କୁ ଧରି ରାଜଭବନରେ ପହଞ୍ଚିଥିଲେ । କୁହାଯାଉଛି କି ଅଜିତ ପାବାର ବିଜେପିକୁ ସମର୍ଥନ ଦେଇପାରନ୍ତି । କେବଳ ଏତିକି ନୁହେଁ ଆଜି ହି ସେ ଛଗନ ଭୁଜବଳଙ୍କ ସହିତ ମନ୍ତ୍ରୀ ପଦର ଶପଥ ନେଇପାରନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ରାଜଭବନ ପହଞ୍ଚିଛନ୍ତି, ତାଙ୍କ ସହିତ ତାଙ୍କର କିଛି ବିଜେପି ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।

କୁହାଯାଉଛି ଯେ, ନିକଟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀର ନିକଟରେ ହୋଇଥିବା ପୁନଃଗଠନରେ ଅଜିତ ପାବାର ଖୁସି ନଥିଲେ । ଦଳର ଜାତୀୟ କାର୍ଯ୍ୟକାରିଣୀ ସଭାପତି ପ୍ରଫୁଲ୍ଲ ପଟେଲ ଏବଂ ସୁପ୍ରିୟା ସୁଲେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ତେବେ ସୁଲେ ସଭା ଛାଡି ଚାଲିଯାଇଥିଲେ । ରବିବାର ସକାଳେ ପୁଣେରେ ଉପସ୍ଥିତ ଥିବା ଶରଦ ପାୱାରଙ୍କ ସହ ଏନସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କ ସହ ଫୋନ୍ ବାର୍ତ୍ତାଳାପ ହୋଇଥିଲା । ରାଜନୈତିକ ବିକାଶ ଉପରେ ନଜର ରଖି ଶରଦ ପାୱାର ପୁଣେରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିବା ଜଣାଯାଇଛି ।