ତିନି ଗୋଡ ଥିବା ଶିଶୁର ଜନ୍ମ: ଘରେ ଜମିଲା ଲୋକଙ୍କ ଭିଡ଼, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ସାଧାରଣତଃ ମଣିଷମାନଙ୍କର ଦୁଇଟି ହାତ ଏବଂ ଦୁଇଟି ଗୋଡ଼ ଥାଏ। ଉତ୍ତରପ୍ରଦେଶରେ ଏପରି ଏକ ଶିଶୁ ଜନ୍ମ ହୋଇଛି ଯାହାକୁ ନେଇ ଚର୍ଚ୍ଚା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶନିବାର ଚାଉସାନାର ଭଦି ଭରତପୁରୀ ଗ୍ରାମରେ ସାନୱାରଙ୍କ ଘରେ ଏକ ଶିଶୁ ଜନ୍ମ ଗ୍ରହଣ କରିଥିଲା। ଯାହାର ତିନୋଟି ଗୋଡ଼ ଅଛି। ଏବେ ଶିଶୁଟିକୁ ଦେଖିବା ପାଇଁ ସମସ୍ତଙ୍କର ଭିଡ଼ ଲାଗିବା ଆରମ୍ଭ ହୋଇଯାଇଛି। ଶିଶୁଟିର ଜନ୍ମ ଘରେ ସାଧାରଣ ଭାବରେ ହୋଇଛି। ଶିଶୁଟିର ତିନି ନମ୍ବର ଗୋଡ଼ଟି ସମ୍ପୁର୍ଣ୍ଣ ସକ୍ରିୟ ଅଛି ଏବଂ ଶିଶୁଟି ମଧ୍ୟ ସାମାନ୍ୟ ଅବସ୍ଥାରେ ଅଛି। ଖବର ପାଇଁ କରନାଲର ଡାକ୍ତର ଶିଶୁଟିର ଚିକିତ୍ସା କରିଛନ୍ତି।

ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଶିଶୁଟିର ମା ମଧ୍ୟ ସୁସ୍ଥ ଥିବା ସେ କହିଛନ୍ତି। ଖବର ପାଇ ଆଖପାଖର ଅନେକ ଲୋକେ ଶିଶୁଟିକୁ ଦେଖିବା ପାଇଁ ପହଞ୍ଚୁଛନ୍ତି। କିଛି ଲୋକ ଏହାକୁ ଭଗବାନଙ୍କ ଚମତ୍କାର ବୋଲି ମଧ୍ୟ କହୁଛନ୍ତି। ଏହା ପୁର୍ବରୁ ଉତ୍ତରପ୍ରଦେଶରେ ୪ହାତ ଏବଂ ୪ ଗୋଡ଼ ଥିବା ଶିଶୁ ଜନ୍ମ ହୋଇଥିଲା। ସେହି ସମୟରେ ଲୋକେ ଏହାକୁ ପ୍ରକୃତିର ଚମତ୍କାର କହୁଥିଲା ବେଳେ କିଛି ଏହାକୁ ଭଗବାନଙ୍କର ପୁନଃଜନ୍ମ ବୋଲି କହିଥିଲେ। ତେବେ ଡାକ୍ତର ଏହି ବିଷୟରେ କହିଥିଲେ ଯେ, ଦୁହେଁ ଯାଆାଁଳା ଶିଶୁ ଅଟନ୍ତି। କିନ୍ତୁ ଦ୍ଵିତୀୟ ଶିଶୁଟି ପୁର୍ଣ୍ଣ ବିକଶିତ ହୋଇନଥିଲା।

ନବଜାତ ଶିଶୁଟି ଉତ୍ତରପ୍ରଦେଶର ହାର୍ଡୋଇ ଜିଲ୍ଲାର ଶାହାବାଦ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମଗ୍ରହଣ କରିଥିଲା। ଜନ୍ମ ସମୟରେ ଶିଶୁର ଓଜନ ପ୍ରାୟ ୩ କିଲୋଗ୍ରାମ ଥିଲା। ଜୁଲାଇ ୨ ରେ ଯେତେବେଳେ ଶିଶୁର ମା କରୀନା ପ୍ରସବ ଯନ୍ତ୍ରଣା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ଯେଉଁଠାରେ ସେ ଜୁଲାଇ ୨ ରେ ଏହି ଶିଶୁକୁ ଜନ୍ମ ଦେଇଥିଲେ।