fbpx
BSKY SKY
BSKY SKY

ଏହି iPhone ଉପରେ ମିଳୁଛି ଜବରଦସ୍ତ ଡିସ୍କାଉଣ୍ଟ, ୨୦ ହଜାରରୁ କମ୍ ରେ କିଣିପାରିବେ 128 GB ଭାରିଏଣ୍ଟ

BSKY

ନୂଆଦିଲ୍ଲୀ: ଅନଲାଇନ୍ ସପିଂ ପ୍ଲାଟଫର୍ମ Flipkart ଏହାର ୟୁଜର୍ସଙ୍କ ପାଇଁ ଅନେକ ଅଫର୍ ଆଣିଥାଏ । ଏଥିରେ ଗ୍ରାହକଙ୍କୁ ମନପସନ୍ଦର ଉତ୍ପାଦ ପରେ ଡିସ୍କାଉଣ୍ଟ ମଧ୍ୟ ମିଳିଥାଏ । ତେବେ ବର୍ତ୍ତମାନ ଫ୍ଲିପକାର୍ଟ iPhone ଉପରେ ଦମଦାର ଅଫର ଦେଉଛି । ଏହି ଡିଲରେ ଆପଣ Apple iPhone କୁ ୨୦ ହଜାର ଟଙ୍କାରୁ ବି କମ୍ ରେ କିଣିପାରିବେ ଆଣିପାରିବେ । ଆପଣଙ୍କୁ କହିରଖୁଛୁ ଯେ ଏହି ଅଫର କେବଳ iPhone SE 128 GB ଭାରିଏଣ୍ଟ ଉପରେ ଦିଆଯାଉଛି ।

iPhone SE 128 GB ଭାରିଏଣ୍ଟର ମୂଲ୍ୟ ଫ୍ଲିପକାର୍ଟରେ ୩୪,୯୯୯ ଟଙ୍କା ରହିଛି । ଏତିକି ନୁହେଁ ଏହି ଡିଲରେ ଅତିରିକ୍ତ ଅଫର ଦିଆଯାଉଛି । ଯାହାର ଫାଇଦା ଆପଣ ଏହି ସ୍ୱାର୍ଟଫୋନକୁ ୧୮ ହଜାରରୁ କମ୍ ରେ କିଣିପାରିବେ ।

ଏବେ ଜାଣିବା iPhone SE ରେ ଆପଣ କିପରି ଡିସ୍କାଉଣ୍ଟ ପାଇପାରିବେ । ପ୍ରାରମ୍ଭିକ ଡିସ୍କାଉଣ୍ଟରେ ଏହି ଫୋନ୍ ୩୪, ୯୯୯ ଟଙ୍କାରେ ମିଳୁଛି । କିନ୍ତୁ ଯଦି ଆପଣ ନିଜର ପୁରୁଣା ଆଇଫୋନ୍ ବଦଳାଉଛନ୍ତି ତେବେ ଆପଣଙ୍କୁ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟ ମିଳିପାରିବ । ଏହାସହ ଏସବିଆଇ କ୍ରେଡିଟ୍ କାର୍ଡରେ ଅର୍ଡର କଲେ ଆହୁରି ୭୫୦ ଟଙ୍କା କମ୍ ପଡ଼ିବ । ଏହିଭଳି ଭାବରେ ପ୍ରାୟ ୧୭୩୦୦ ଟଙ୍କାରେ ଆପଣ iPhone SE 128 GB ଭାରିଏଣ୍ଟ କିଣିପାରିବେ ।

iPhone SE 128 GB ଭାରିଏଣ୍ଟରେ ୪.୭ ଇଞ୍ଚର ରେଟିନା ଡିସପ୍ଲେ ଦିଆଯାଇଛି । A 13 bionic chip ଦ୍ୱାରା ପରିଚାଳିତ ଏହି ଫୋନ୍  ରେ 12 MP ରିୟର କ୍ୟାମେରା 7 MP ଫ୍ରଣ୍ଟ କ୍ୟାମେରା ଲେନ୍ସ ରହିଛି । ଏହା ୪ଜି ଡୁଆଲ ସିମ୍ ସୁବିଧା ସହ ରହିଛି । ଏହାର ଇଣ୍ଟରନାଲ ଷ୍ଟୋରେଜକୁ ବଢ଼ାଯାଇପାରିବ ନାହିଁ ।

Get real time updates directly on you device, subscribe now.