fbpx

ଏହି ରାଜ୍ୟରେ ଅକ୍ଟୋବର ୨୮ ରେ ବନ୍ଦ ରହିବ ସ୍କୁଲ କଲେଜ୍ , ୨ ଦିନ କୌଣସି ପରୀକ୍ଷା ଆୟୋଜନ ନ କରିବାକୁ ବି ପ୍ରଶାସନ ଜାରି କଲା ନିର୍ଦ୍ଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅଧୀନସ୍ଥ ସେବା ଚୟନ ଆୟୋଗ ପ୍ରାରମ୍ଭିକ ପରୀକ୍ଷା  PET 2023 କାରଣରୁ ରାଜ୍ୟର ୩୫ ଆବାସିକ ସ୍ଥଳୀରେ ଥିବା ଶହ ଶହ ସ୍କୁଲ ଓ କଲେଜ ୨୮ ଅକ୍ଟୋବର ୨୦୨୩ରେ ବନ୍ଦ ରହିବ । ଯେଉଁ ସ୍ୱୁଲ ଓ କଲେଜରେ ପିଇଟି ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି ସେହିସବୁ ସ୍କୁଲ ଛୁଟୀ ରହିବ । ଏହା ସହିତ ପ୍ରଶାସନ ପକ୍ଷରୁ ୨୮ ଓ ୨୯ ତାରିଖରେ କୌଣସି ପରୀକ୍ଷା ଆୟୋଜନ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି UPSSSC PET 2023  ଲିଖିତ ପରୀକ୍ଷା ରାଜ୍ୟର ୩୫ ସ୍ଥାନରେ ୨୮ ଓ ୨୯ ଅକ୍ଟୋବରରେ ୪ଗୋଟି ସିଫ୍ଟରେ କରାଯିବ ।
ପ୍ରଶାସନ ପକ୍ଷରୁ ଉଚ୍ଚ ଶିକ୍ଷା, ମାଧ୍ୟମିକ ଶିକ୍ଷା, ବେସିକ୍ ଶିକ୍ଷା, ବ୍ୟବସାୟିକ ଶିକ୍ଷା ଓ ଚିକିତ୍ସା ଶିକ୍ଷା ବିଭାଗକୁ ଏ ସମ୍ବନ୍ଧିତ ନିର୍ଦ୍ଦେଶ ଜାରି କରାଯାଇଛି । ୨୮ ଓ ୨୯ ତାରିଖରେ କୌଣସି ପରୀକ୍ଷା ଆୟୋଜନ ନ କରିବାକୁ ବିଶ୍ୱବିଦ୍ୟାଳୟ, ବିଦ୍ୟାଳୟ କିମ୍ବା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ୨୮ ଅକ୍ଟୋବର ଶନିବାର ସାର୍ବଜନିକ ଛୁଟୀ ଦିବସ ହୋଇ ନ ଥିବା ବେଳେ ଯେଉଁ ସ୍କୁଲ ବା କଲେଜରେ ପରୀକ୍ଷା କେନ୍ଦ୍ର କରାଯାଇଛି ସେହି କଲେଜ ବା ସ୍କୁଲର ଛାତ୍ରଛାତ୍ରୀଙ୍କ ଲାଗି ସେଦିନ ଛୁଟୀ ଦିବସ ଘୋଷଣା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.